OnaKhabar

ଅଡୁଆରେ ସ୍ୱାମୀ ଚିନ୍ମୟାନନ୍ଦ

316

ନୂଆଦିଲ୍ଲୀ : ଗେରୁଆ ସନ୍ଥ ତଥା ରାଜନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ନାଁରେ ଦୁଷ୍କର୍ମ ମାମଲା | ଲୋକଙ୍କୁ ଆଧ୍ୟାତ୍ମିକତାର ବାଟ ଦେଖାଇ ଭଲ ପ୍ରବଚନ ମଧ୍ୟ ଦିଅନ୍ତି ଏହା ସହ ରାଜନୀତି ବି କରନ୍ତି । ମୋଦି ସରକାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବି ରହିସାରିଛନ୍ତି । ହେଲେ ଏହି ଭଦ୍ର ଚେହେରା ପଛରେ ଲୁଚି ରହିଥିଲା ଏକ କୁଶ୍ଚିତ ଚେହେରା । ଯାହାକୁ ସାଧାରଣରେ କେହି ଯାଣିନଥିଲେ । ଯାହା ଏବେ ପଦାରେ ପଡିଛି । ଚିନ୍ମୟାଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ସ୍ୱାମୀ ସୁଖଦେବାନନ୍ଦ କଲେଜର ଜଣେ ୨୩ ବର୍ଷର ଆଇନ ଛାତ୍ରୀ ଆଣିଛନ୍ତି ଏପରି ସଙ୍ଗୀନ ଅଭିଯୋଗ | ତାଙ୍କୁ ବ୍ଲାକମେଲ କରି ତାଙ୍କ ସହ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ସେ ଆଣିଛନ୍ତି |
ଛତ୍ରୀଙ୍କ କହିବା ଅନୁଯାୟୀ , ସେ ୨୦୧୮ ମସିହା ଜୁନ ମାସରେ ପ୍ରଥମେ ଆଇନ କଲେଜରେ ଆଡମିସନ କରିବା ପାଇଁ ଆସିଥିଲେ | ଚିନ୍ମୟାନନ୍ଦ ତାଙ୍କୁ ୫୦୦୦ ଟଙ୍କାରେ ଏକ ଚାକିରୀର ଅଫର ଦେଇଥିଲେ | ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଛତ୍ରୀ ଜଣକ ଏହି ପ୍ରସ୍ତାବରେ ରାଜି ହୋଇଥିଲେ ଏବଂ କଲେଜ ଠାରୁ ଘର ପାଖ ହୋଇଥିଲେ ମଧ୍ୟ ସେ ହଷ୍ଟେଲରେ ରହୁଥିଲେ | ବାଥ୍ରୁମରେ ଗାଧୋଇବା ସମୟର ଏକ ଭିଡିଓ ଛାତ୍ରୀଙ୍କର ରେକର୍ଡ କରା ଯାଇଥିଲା ଯାହା ସମ୍ପର୍କରେ ଛାତ୍ରୀଙ୍କୁ କିଛି ଜଣା ନଥିଲା | ଏହାପରେ ଚିନ୍ମୟାନନ୍ଦ ତାଙ୍କୁ ନିଜ ଆଶ୍ରମକୁ ଡାକିଥିଲେ ଓ ଭିଡିଓଟିକୁ ତାଙ୍କୁ ଦେଖାଇ ତାଙ୍କ ସହ ଜୋରଜବରଦସ୍ତ କରିଥିଲେ | ଏହି ଘଟଣାକୁ ପ୍ରଘଟ କଲେ ସେ ଭିଡିଓ କୁ ଭାଇରାଲ କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ | ପରେ ଦୁଷ୍କର୍ମ ବେଳର ଭିଡିଓକୁ ମଧ୍ୟ ଚିନ୍ମୟାନନ୍ଦ ରେକର୍ଡ କରି ତାକୁ ମଧ୍ୟ ଭାଇରାଲ କରିବାର ଧମକ ଦେଇଥିଲେ | ଏହାପରେ ବାରମ୍ବାର ବଳପୂର୍ବକ ଓ ବନ୍ଧୁକ ମୁନରେ ମଧ୍ୟ ଦୁଷ୍କର୍ମ କରିବାକୁ ସେ ପଛାଇ ନଥିବାର ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି | ତାଙ୍କ ସହ ଏପରି କୁକର୍ମ ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ଚାଲି ଆସୁଥିଲା | ଏଥିରୁ ନିସ୍ତାର ପାଇବା ପାଇଁ ଦିନେ ଛାତ୍ରୀ ଜଣକ ଚଷମା ଦ୍ୱାରା ଏକ କ୍ୟାମେରାକୁ ବ୍ୟବହାର କରି ଲକ୍ଷ୍ଣଣାନ୍ଦଙ୍କ କୁକର୍ମକୁ ରେକର୍ଡ କରିଥିବାର ପ୍ରକାଶ କରିଛନ୍ତି | ତେବେ ଛତ୍ରୀ ଜଣକ ସୁପ୍ରିମ କୋର୍ଟଙ୍କୁ ଏ ବିଷୟରେ ଜଣାଇବା ପରେ ଏକ ସ୍ୱତନ୍ତ୍ର ତଦନ୍ତକରୀ ସଂସ୍ଥା ତାଙ୍କୁ ଦୀର୍ଘ ୧୫ ଘଣ୍ଟା ଧରି ଏ ବିଷୟରେ ପଚରାଉଚରା କରିଥିଲେ ଏବଂ ନିଜ ପାଖରେ ଥିବା ସମସ୍ତ ଭିଡିଓ ସେ ଦେଖାଇଥଲେ | ହେଲେ ଏଯାବତ୍ ସ୍ୟାମୀ ଚିନ୍ମୟାନନ୍ଦଙ୍କ ନାମରେ ପୁଲିସ ଷ୍ଟେସନରେ କୌଣସି ପ୍ରକାର ଲିଖିତ ଅଭିଯୋଗ ହୋଇ ନଥିବାର ଜଣା ପଡିଛି |

Comments are closed.