OnaKhabar

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

134

ନୟାଗଡ଼଼ : ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଯୁବତୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ପୁଲିସ ଅଭିଯକ୍ତ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣଙ୍କ ହେଲେ ଗୟା ନାୟକଙ୍କ ପୁଅ ରିଙ୍କୁ ନାୟକ । ସୂଚନାନୁସାରେ, ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଏକ ଗ୍ରାମରେ ୧୮ ବର୍ଷ ବୟସ୍କା ଛବି (ଛଦ୍ମନାମ) ଜଣେ ଦିବ୍ୟାଙ୍ଗ । ତାଙ୍କ ସହ ଉକ୍ତ ଗ୍ରାମର ରିଙ୍କୁ ଦୁଇ ମାସ ହେବ ନିୟମିତ ଭାବେ ଦୈାହିକ ସଂମ୍ପର୍କ ରଖି ଆସୁଥିବା ନେଇ ଅଭିଯୋଗ ହୋଇଛି । ଛବି କିଛିଦିନ ତଳେ ସଂନ୍ଧ୍ୟା ସମୟରେ ବାରିପଟକୁ ଶୈାଚ ପାଇଁ ଯାଇଥିବା ବେଳେ ବହୁ ବିଳମ୍ବ ହେବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ଫଳରେ ପରିବାର ଲୋକେ ଛବିଙ୍କୁ ଏନେଇ ପଚାରାଉଚରା କରିବା ପରେ ସେ ସବୁକଥା ପ୍ରକାଶ କରିଥିଲେ । ଯାହାକୁ ନେଇ ଛବିଙ୍କ ପରିବାର ଲୋକଲଜ୍ଜ୍ୟାକୁ ଡରି ପ୍ରଥମେ ଏ ସଂମ୍ପର୍କରେ ଗାଁ ଭଦ୍ରଲୋକଙ୍କୁ ଜଣାଇଥିଲେ । ଗାଁରେ ଏନେଇ ଏକ ସଭା ବସିଥିଲା । ଛବିଙ୍କୁ ରିଙ୍କୁ ବିବାହ କରିବା ପାଇଁ ଭଦ୍ରଲୋକମାନେ ନିଷ୍ପତ୍ତି ନେଇଥିଲେ । ମାତ୍ର ରିଙ୍କୁର ପରିବାର ଏହାକୁ ମାନିନଥିବା ବେଳେ ଛବିଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଥିବା ଏବଂ ହତ୍ୟା ଧଉଳ ଦେଉଥିବା ନେଇ ଅଭିଯୋଗ ହୋଇଛି । ଟାଉନଥାନା ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ରିଙ୍କୁ ନାୟକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Comments are closed.