OnaKhabar

ବିବାହିତା ମହିଳାଙ୍କୁ ଦୁଷ୍କର୍ମ

338

ପୁରୀ : ବଳଙ୍ଗା ଥାନା ଅଂଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି । ପିଡିତାଙ୍କ ସ୍ୱାମୀଙ୍କ ପକ୍ଷରୁ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ବଳଙ୍ଗା ପୁଲିସ ଅଭିଯୁକ୍ତକୁ ଧରିବା ପରେ ଆଜି ଅଭିଯୁକ୍ତ ଓ ପିଡିତାକୁ ଡାକ୍ତରୀମ।।ଇନା ପାଇଁ ପୁରୀ ପଠାଇଛି । ବଳଙ୍ଗ୍ା ଥାନା ଅନ୍ତର୍ଗତ ନଡିଆଗୋରଡି ଗ୍ରାମର କାଳନ୍ଦୀ ସ୍ୱାଇଁ (୪୮) ନିକଟସ୍ଥ ଏକ ବଜାରକୁ ଯିବାଆସିବା କରେ । ଗତ ୨ଦିନ ତଳେ ସେହି ଛକ ନିକଟରେ ଥିବା ଜଣେ ଦଳିତ ମହିଳାଙ୍କ ଘରେ କେହିନଥିବା ସୁଯୋଗରେ ପଶି ଯାଇଥିଲା ଓ ଯୋରଜବରଦସ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ପିଡିତାଙ୍କ ସ୍ୱାମୀ ଘରକୁ ଫେରିବା ପରେ ସେ ତାଙ୍କୁ ସମସ୍ତ ବିଷୟ ଜଣାଇଥିଲେ । ବଳଙ୍ଗା ପୁଲିସ ଅଭିଯୁକ୍ତ କାଳନ୍ଦୀକୁ ଧରିଆଣି ପିପିଲି ଏସଡିପିଓ ଦେବଦତ ବରାଳଙ୍କ ନିକଟରେ ହାଜର କରିଥିଲ ।

Comments are closed.