OnaKhabar

ପୁଣି ଖଟିଆରେ ବୁହାହେଲେ ରୋଗୀ

153

ଉମରକୋଟ : ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ | ତେଣୁ ପୁଣି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ବାଲିପଟା ଗାଁରେ ଖଟିଆରେ ବୁହାହେଲେ ରୋଗୀ । ରାସ୍ତା ଖରାପ ଯୋଗୁଁ ଜଣେ ବୃଦ୍ଧାଙ୍କୁ ଖଟିଆରେ ବୁହା ହୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ମାଣିକ ସାନ୍ତଙ୍କୁ ଖଟିଆରେ ଦୁଇ କିଲୋମିଟର ବୁହା ହେଲା ପରେ ଏକ ଅଟୋ ସାହାଯ୍ୟରେ ତାଙ୍କୁ ଅଣାଯାଇ ନିକଟସ୍ଥ ସୁନାବେଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରାସ୍ତା ସମସ୍ୟା ନେଇ ବାଲିପାଟା ଗାଁ ଲୋକେ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି ଲାଭ ହେଉନି । ଯଦି କେହି ରୋଗରେ ଆକ୍ରାନ୍ତ ହେଲେ କିମ୍ବା ଗର୍ଭବତୀ ମହିଳାମାନଙ୍କୁ ଚିକିତ୍ସାଳୟ ନେବାକୁ ହେଲେ ବହୁତ ଅସୁବିଧାରେ ଖଟିଆରେ ବୋହି ନେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି ।

ଅଡୁଆରେ ସ୍ୱାମୀ ଚିନ୍ମୟାନନ୍ଦ

Comments are closed.