OnaKhabar

ଯୌତୁକ ଜନିତ ହତ୍ୟା, ଜଙ୍ଗଲରୁ ପୁଲିସ୍ ଉଦ୍ଧାର କଲା କଙ୍କାଳ

492

ଫୁଳବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ବ୍ରାହ୍ମଣ ପଂଚାୟତର ଟଟାଗୁଡ଼ା ବେଲାପଦର ଅଂଚଳର କାର୍ତ୍ତିକ ବେହେରାଙ୍କ ସ୍ତ୍ରୀ ସୁମତୀ କହଁର(୨୪)ଙ୍କ ଶବ ଦୀର୍ଘ ମାସ ପରେ ଆଜି ଜଙ୍ଗଲରୁ ଉଦ୍ଧାର ହୋଇଛି । ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପୁଲିସ୍ ଉଦ୍ଧାର କରିଛି ।
ଖବର ପ୍ରକାରେ ଗତ ୫ ବର୍ଷତଳେ ବୌଦ୍ଧ ଜିଲ୍ଲା ପୁରଣା କଟକ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ଲକ୍ଷ୍ମଣ କହଁରଙ୍କ ଝିଅ ସୁମତୀ ବୈଦିକ ରୀତିରେ ଚକାପାଦ ଥାନା ଅ”ର୍ଗତ ବ୍ରାହ୍ମଣପାଦ ପଂଚାୟତ ଟଟାଗୁଡ଼ା ବେଲାପଦର ଗ୍ରାମର କାର୍ତ୍ତିକ ବେହେରାକୁ ବିବାହ କରିଥିଲେ । ତାଙ୍କର ବର୍ତ୍ତମାନ ୨ଟି ପୁତ୍ର ସ”ାନ ଥିବା ବେଳେ କାର୍ତ୍ତିକ କେରଳରେ ଦାଦନ ଭାବେ କାମ କରୁଛନ୍ତି । ଗତ ଅଗଷ୍ଟ ୬ ତାରିଖରେ କାର୍ତ୍ତିକ ତାଙ୍କର ନିଜ ଘରକୁ ଆସିଥିଲେ । ୨ ଦିନ ଭଲରେ କଟିଥିଲେ ମଧ୍ୟ ପରିବର୍ତ୍ତେିର୍ ସମୟରେ ଗତ ଅଗଷ୍ଟ ୮ ତାରିଖରେ ଯୌତୁକ ଦାବି କରି ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟ ପାଟିତୁଣ୍ଡ ହୋଇଥିବା ସୁମତୀଙ୍କ ପରିବାର ଅଭିଯୋଗ କରିଛନ୍ତି । ତା ପରଦିନ ସୁମତୀ କୁଆଡ଼େ ନିଖୋଜ ହୋଇଯାଇଥିଲେ ବୋଲି ସୁମତୀଙ୍କ ବାପା ଲକ୍ଷ୍ମଣ କହଁରଙ୍କୁ କାର୍ତ୍ତିକ ଖବର ଦେଇଥିଲେ । ସୁମତୀ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବାପା ଚକାପାଦ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗ୍ରାମଠାରୁ ୩ କିଲୋମିଟର ଦୂର ତୋଟାଗୁଡ଼ା ପାହାଡ଼ର ଏକ କୁସୁମ ଗଛରେ ଜନୈକ ମହିଳାଙ୍କ ଝୁଲନ୍ତା ଶବ କେତେକ ଗ୍ରାମବାସୀ ଦେଖିବା ପରେ ପୁଲିସ୍କୁ ଆଜି ଖବର ଦେଇଥିଲେ । ଖବର ପାଇଁ ଚକାପାଦ ଥାନା ଅଧିକାରୀ ତରୁଣ ତପନ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଜଙ୍ଗଲରେ ପହଞ୍ôଚ ତନାଘନା ଆରମ୍ଭ କରିଥିଲେ । ମୃତ ମହିଳା ଜଣକ ସୁମତୀ ବୋଲି ଚିହ୍ନଟ କରାଯାଇଥିଲା । ପୁଲିସ୍ ଚକାପାଦ ତହସିଲଦାର ପ୍ରଣତି ପ୍ରିୟଦର୍ଶନୀଙ୍କ ଉପସ୍ଥିତିରେ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ଦେଇଛି । ଶବଟି ସଂପୂର୍ଣ୍ଣ ଗଳିତ ହୋଇଥିବା ବେଳେ ଘଟଣା ସ୍ଥଳରୁ ପୁଲିସ୍ ସୁମତୀଙ୍କ କଙ୍କାଳକୁ ଜବତ କରିଛି । ପୂର୍ବ ଏତଲା ପ୍ରକାରେ ପୁଲିସ୍ କେସ ନଂ ୪୯୧/୯ରେ ଏକ ମାମଲା ରୁଜୁକରି ସନ୍ଦେହରେ ସୁମତୀଙ୍କ ସ୍ୱାମୀ କାର୍ତ୍ତିକଙ୍କୁ ଅଟକ ରଖି ଅଧିକ ପଚରା ଉଚରା ଚାଲିଥିବା ଜି.ଉଦୟଗିରି ଏସ୍ଡ଼ିପିଓ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତିୁ । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍ ଏହାର ଉଚିତ୍ ତଦ” କରି ନ୍ୟାୟ ଦେବା ପାଇଁ ସୁମତୀଙ୍କ ପରିବାର ଦାବି କରିଛ”ି । ଘଟଣା ସ୍ଥଳକୁ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ଫୁଲବାଣୀ ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ବ୍ଳକ ବିଜେଡ଼ି ସଭାପତି ରାକେଶ କୁମାର ଦିଗାଲ ଓ ଅନ୍ୟ ଗ୍ରାମବାସୀମାନେ ଜଙ୍ଗଲକୁ ଯାଇଥିଲେ ।

Comments are closed.