OnaKhabar

ସପ୍ତମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ

3,412

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଘୁସୁରୀମାରୁଗୁଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀ ୭ମାସର ଗର୍ଭବତୀ ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ନାବାଳିକାର ମାଆ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛି । ମାମଲା ରୁୁଜୁ ହୋଇ ତଦନ୍ତ ଚାଲୁଥିବା ଥାନା ଅଧିକାରୀ ଲିଙ୍ଗରାଜ ପ୍ରଧାନ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଘୁସୁରୀମାରୁଗୁଡ଼ା ଗ୍ରାମର ରାଜୀବ ମାଝୀ ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଆସୁଥିଲା । ଫଳରେ ନାବାଳିକା ଜଣକ ଏବେ ୭ ମାସର ଗର୍ଭବତୀ ହେବା ଫଳରେ ରାଜୀବ ବିବାହ ନକରି ୨ ମାସ ତଳୁ ଅନ୍ୟ ଜାଗାରେ ବିବାହ କରିଛି ବୋଲି ସୂଚନା ମଳିଛି । ପ୍ରଥମେ ନିଜ ସମାଜ ଭିତରେ ବସି ଆପୋଷ ସମାଧାନ କରିବାକୁ କୁହାଯାଇଥିଲେ ମଧ୍ୟ ରାଜୀବ ଆସି ନଥିଲା । ଏ ନେଇ ନାବାଳିକାର ମାଆ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ।

ନାବାଳିକାକୁ ବଳାତ୍କାର, ଯୁବକ ଗିରଫ

Comments are closed.