OnaKhabar

“ଦ ସ୍କାଇ ଇଜ୍ ପିଙ୍କ” ର ଟ୍ରେଲର ରିଲିଜ୍ : ପୁଣି ରୁପେଲି ପରଦାରେ ଜାୟରା, ଫିଡ଼ିକିଲେ ଦର୍ଶକ

1,023

ନୂଆଦିଲ୍ଲୀ : ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଦୀର୍ଘଦିନ ପରେ ପ୍ରିୟଙ୍କା ଏହି ଫିଲ୍ମ ଜରିଆରେ ବଲିଉଡ୍‌କୁ ଫେରିଛନ୍ତି। ପ୍ରିୟଙ୍କାଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ କୌଣସି ବଡ଼ ଉପହାରଠୁ କମ୍‌ ନୁହେଁ। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ୍ ଅଖତର୍ ଓ ରୋହିତ ଶରଫ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ଦଙ୍ଗଲ ଗାର୍ଲ ନାମରେ ବେଶ୍ ପରିଚିତ ଅଭିନେତ୍ରୀ ଜାଏରା ୱସୀମ କିଛି ଦିନ ପୂର୍ବରୁ ଅଭିନୟ ଠାରୁ ଦୂରରେ ରହିବା ପାଇଁ ସ୍ଥିର କରିଥିଲେ। ଯାହାପରେ ସୋସିଆଲ ମିଡିଆରେ ଏନେଇ ହଲଚଲ ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ତାଙ୍କର ଅନ୍ତିମ ଫିଲ୍ମ ଦ ସ୍କାଇ ଇଜ ପିଙ୍କର ଟ୍ରେଲର ରିଲିଜ ହେବା ପରେ ପୁଣି ଥରେ ୱସୀମ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କିଛି ଲୋକ ଏହାକୁ ବେଶ୍ ପ୍ରଶଂସା କରୁଥିବା ବେଳେ କିଛି ଲୋକ ତାଙ୍କ ନିଷ୍ପତ୍ତିକୁ ନେଇ ଟ୍ରୋଲ କରିଛନ୍ତି।
ୱସୀମଙ୍କୁ ନେଇ ଏବେ ସୋସିଆଲ ମିଡିଆ ଦୁଇ ଭାଗ ହୋଇଛି। କିଛି ଲୋକ ଟ୍ରେଲରରେ ତାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି ତ କିଛି ଲୋକ ତାଙ୍କ ନିଷ୍ପତ୍ତି ପାଇଁ ଟ୍ରୋଲ କରିଛନ୍ତି। ଦ ସ୍କାଇ ଇଜ ପିଙ୍କ ଜଣେ ପ୍ରେରଣାଦାୟୀ ବକ୍ତା ଆୟେଶା ଚୌଧୁରୀଙ୍କ ଜିବନୀ ଉପରେ ନିର୍ମିତ। ଏହି ଫିଲ୍ମରେ ଫରହାନ ଏବଂ ପ୍ରିୟଙ୍କା ଆୟେଶାଙ୍କ ପିତାମାତା ଭୂମିକାରେ ଅଛନ୍ତି ଏବଂ ଆୟେଶା ଭୂମିକାରେ ଦଙ୍ଗଲ ଗାର୍ଲ ଅଛନ୍ତି। ତେବେ ଏହି ଫିଲ୍ମ ପ୍ରିୟଙ୍କା ଚୋପ୍ରା, ସିଦ୍ଧାର୍ଥ ରାୟ କପୁର ଏବଂ ରାନୀ ସ୍କୃବାଲା ମିଶି ପ୍ରଡ୍ୟୁସ୍ କରିଛନ୍ତି। ଫିଲ୍ମ ଅକ୍ଟୋବର ୧୧ରେ ରିଲିଜ ହେବାକୁ ଯାଉଛି।

Comments are closed.