OnaKhabar

ଦୁର୍ଘଟଣା: ବାପା ଓ ଭାଇ ଆଗରେ ଚାଲିଗଲା ଝିଅର ଜୀବନ

636

ଅନୁଗୁଳ: ସ୍କୁଲରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ବାପା ଓ ଭାଇ ଆଗରେ ଚାଲିଗଲା ଝିଅର ଜୀବନ |
ଘଟଣା ଘଟିଛି ଅନୁଗୁଳ ପଞ୍ଚମହଲା ନିକଟରେ | ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ସ୍କୁଟି ଭାରସାମ୍ୟ ହରାଇବା ହେତୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ନାମ ଜ୍ୟୋର୍ତିମୟୀ ପ୍ରିୟଦର୍ଶନୀ ନାଏକ ବୋଲି ଜଣାପଡ଼ିଛି।
ପୁଅ ସୌମ୍ୟରଞ୍ଜନ ନାଏକ ଓ ଝିଅ ଜ୍ୟାର୍ତିମୟୀ ପ୍ରିୟଦର୍ଶନୀ ନାଏକ ଆଦର୍ଶ ସ୍କୁଲରେ ପାଠପଢ଼ନ୍ତି। ଆଜି ବାପା ବଣବିହାରୀ ନାଏକ ପୁଅ ସୌମ୍ୟରଞ୍ଜନ ନାଏକ ଓ ଝିଅ ଜ୍ୟାର୍ତିମୟୀ ପ୍ରିୟଦର୍ଶନୀ ନାଏକଙ୍କୁ ସ୍କୁଲ ଛୁଟି ହେବା ପରେ ଏକ ସ୍କୁଟିରେ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ପଞ୍ଚମହଲା ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Comments are closed.