OnaKhabar

ରୋଡ ରୋମିଓଙ୍କୁ ବିଚ ରାସ୍ତାରେ ଯୁବତୀଙ୍କ ମାଡ଼

398

ଭୁବନେଶ୍ୱର : ଅସଦାଚରଣକୁ ନେଇ ରୋଡ ରୋମିଓଙ୍କୁ ବିଚ ରାସ୍ତାେରେ ଚାପୁଡ଼ା ମାରୁଛନ୍ତି ଯୁବତୀ । ଘଟଣାଟି ଘଟିଛି ରାଜଧାନୀର ରସୁଲଗଡ଼ ଛକ ନିକଟରେ ।
ଘଟଣା ଅନୁଯାୟୀ, ରବିବାର କିଛି ଯୁବକ ନିଜ ବାଇକରେ ଆସି ଯୁବତୀଙ୍କୁ ଅସଦାଚରଣ କରିଥିଲେ । ବାରାମ୍ଭାର କମେଟ କରିବା ସହ ପିଛା କରିଥିଲେ ଅଭିଯୁକ୍ତମାନେ । ଏନେଇ ପ୍ରତିବାଦ ଜଣାଇବା ସହ ଅଭିଯୁକ୍ତମାନଙ୍କୁ କଡ଼ା ଯବାବ ଦେଇଛନ୍ତି ଯୁବତୀ । ସର୍ବସମ୍ମୁଖରେ ଉଠବସ କରାଇବା ସହ ମାଡ଼ ମାରିଛନ୍ତି । ଘଟଣା ସମୟର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯୁବତୀ ନିଜ ଘରୁ କୌଣସି କାମରେ ବହାରିଥିଲେ, ହେଲେ ଅଭିଯୁକ୍ତମାନେ ତାଙ୍କୁ ଘର ପାଖରୁ ପିଛା କରିଥିଲେ । ହେଲେ ଯୁବତୀ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଅଭିଯୁକ୍ତମାନଙ୍କୁ ଅଟକାଇ ମାଡ଼ମାରିଥିଲେ । ଅଭିଯୁକ୍ତମାନେ ସର୍ବସମ୍ମୁଖରେ ଭୁଲ ମାଗିଥିଲେ ଯୁବତୀଙ୍କୁ । ଯାହା ଫଳରେ ଯୁବତୀ ଅଭିଯୁକ୍ତମାନଙ୍କୁ ଛାଡ଼ି ଦେଇଥିଲେ । ବର୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ ବୋଲି ସୂଚନା ମିଳିଛି ।

ଧୂପକାଠି କମ୍ପାନୀରେ ଦୁଷ୍କର୍ମ