OnaKhabar

ବର୍ଷକ ପରେ ନ୍ୟୁୟର୍କରୁ ଭାରତ ଫେରୁଛନ୍ତି ଋଷି କପୁର

1,531

ମୁମ୍ବାଇ : ପ୍ରାୟ ବର୍ଷକ ପରେ ନ୍ୟୁୟର୍କରୁ ଭାରତ ଫେରୁଛନ୍ତି ଋଷି କପୁର। ବର୍ଷେ ତଳେ ଋଷି କପୁର ନିଜ ରୋଗର ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିବା ବେଳେ ଆଜି ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଭାରତ ଫେରୁଥିବା ନେଇ ଟୁଇଟ୍‌ କରି ଜଣାଇଛନ୍ତି ଅଭିନେତା ଅନୁପମ ଖେର୍‌ । ଅନୁପମଙ୍କ ଟୁଇଟ୍‌ ପରେ ଋଷି କପୁରଙ୍କ ଫେରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଟୁଇଟ୍‌ରେ, “ପାଖାପାଖି ବର୍ଷେ ନ୍ୟୁୟର୍କରେ ରହି ଆଜି ତୁମେ ଭାରତ ଫେରୁଛ । ତୁମର ଯାତ୍ରା ମଙ୍ଗଳମୟ ହେଉ । ସୁରକ୍ଷିତ ଭାବେ ତୁମେ ଭାରତ ପହଞ୍ଚ, ଏହା ମୁଁ କାମନା କରୁଛି । ଏବେ ମୁଁ ତୁମକୁ ବିଦାୟ ଦେଇ ଉଭୟ ଖୁସି ଓ ଦୁଃଖୀ । ମୁଁ ତୁମକୁ ଆଗକୁ ବହୁତ ମନେ ପକାଇବାକୁ ଯାଉଛି” ବୋଲି ଲେଖିଥିଲେ ଅନୁପମ ଖେର୍‌ । ଯାହା ପରେ ଦୁହେଁ ଭାରତ ଫେରୁଥିବା ନେଇ ସ୍ପଷ୍ଟ ହୋଇଥିଲା ।

Comments are closed.