OnaKhabar

ଗର୍ଜିଲେ ସୁରେସ

203

ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମ ଓ ଏଥିପାଇଁ ଲୋକଙ୍କଠୁ ଆଦାୟ ହେଉଥିବା ଜରିମାନା ଆଦାୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେସ ରାଉତରାୟ | ଓଡିଶାରେ ମୋଟରଯାନ ଆଇନ ତରବରିଆ ଭାବେ ତରବରିଆ ଭାବରେ ଲାଗୁ କରା ଯାଇଥିବା ସେ ପ୍ରକାଶ କରିଥିଲେ | ଓଡିଷା ପୁଲିସର 90 ପ୍ରତିଶତ ଗାଡିର ଲାଇସେନ୍ସ ନାହିଁ ଏବଂ ରାଜ୍ୟର 70 ରୁ 80 ପ୍ରତିଶତ ନେତାମାନଙ୍କର ଗାଡିର ଲାଇସେନ୍ସ ନଥିବା ଅଭିଯୋଗ କରିଛନ୍ତି କରିଛଝନ୍ତି ସେ | ଏହି ଆଇନର ପରିବର୍ତ୍ତନ କରିବାକୁ ସେ ଦାବି କରିଛନ୍ତି |
ସେହିପରି ବିଜେପି ମଧ୍ୟ ସଡକ ସୁରକ୍ଷା ଆଳରେ ଫାଇନ ଆଦାୟକୁ ନାପସନ୍ଦ କରିଛି | ଗରିବ ଲୋକଙ୍କ ସଂଚିତ ଅର୍ଥକୁ ଜରିମାନା ଭାବେ ଆଦାୟ କରିବା ଶୋଷଣ ବୋଲି କହିଛନମ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ |
ତେବେ ଅନ୍ୟପଟେ ବିଜେଡି କହିଛି ଯାହା ଅସୁବିଧା ହେଉଛି ତାହାକୁ ସେଥିରେ ସୁଧାର ଆସିବ | ତ୍ରୁଟି ସୁଧାରିବା ନେଇ କେନ୍ଦ୍ରକୁ ସଂଶୋଦନ ପାଇଁ ଲେଖା ଯିବ |

Comments are closed.