OnaKhabar

ଆଉ ୩ ଦଳୀୟ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

454

ଭୁବନେଶ୍ୱର (ଓଏନଏ): ରାଜ୍ୟ ସରକାର ଆଉ ୪ଜଣ ଦଳୀୟ ଉପଦେଷ୍ଟାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି । ବିଭିନ୍ନ ସରକାରୀ ସଂସ୍ଥାରେ ନିକଟରେ ସରକାର ଦଳୀୟ ଉପଦେଷ୍ଟା ନିଯୁକ୍ତ କରିଛନ୍ତି । ଏଥିରେ କେତେଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ମୁଖ୍ୟ ଶାସନ ସଚିବ ପାହ୍ୟା ଓ ପ୍ରମୁଖ ଶାସନ ସଚିବ ପାହ୍ୟା ପ୍ରଦାନ କରିଛନ୍ତି । ଏବେ ଆଉ ୩ଜଣ ଦଳୀୟ ଉପଦେଷ୍ଟାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି ।

ଏଥିରେ ଗଣମାଧ୍ୟମ ଓ ଲୋକସମ୍ପର୍କ କ୍ଷେତ୍ରରେ ସରକାର ନୂତନ ଉପଦେଷ୍ଟା ପଦବୀ ପ୍ରଥମଥର ପାଇଁ ସୃଷ୍ଟିକରି ମାନସ ମଙ୍ଗରାଜଙ୍କୁ ନିଯୁକ୍ତ କରିଛନ୍ତି । ଗଣମାଧ୍ୟମ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ପ୍ରତିଷ୍ଠିତ ଖବରକାଗଜରେ ସେ ପୂର୍ବରୁ କାମ କରୁଥିଲେ । ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ ସେ ବେଶ ଜଣାଶୁଣା । ତାଙ୍କୁ ରାଷ୍ଟ୍ରପତି ପାହ୍ୟା ଦିଆଯାଇଛି । ସେହିପରି ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କୁ ସରକାର ମୋ କଲେଜର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ତାଙ୍କୁ ଏବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ସେ ଜଣେ ସୁନାମଧନ୍ୟ ଚଳଚ୍ଚିତ୍ର ଅଭିନେତା । ତାଙ୍କର ଲୋକପ୍ରୀୟତା, ଭଦ୍ର ଓ ନମ୍ର ବ୍ୟବହାର ସମସ୍ତଙ୍କୁ ଆପଣାର କରିଛନ୍ତି । ଏହାଛଡ଼ା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ସୁସ୍ମିତା ବାଗଚୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ପ୍ରଥମ ଥର ପାଇଁ ସରକାର ଏସବୁ ପଦବୀ ସୃଷ୍ଟି କରି ନିଯୁକ୍ତି ଦେଇଛନ୍ତି ।

Comments are closed.