OnaKhabar

ବିଜେପି-ଶିବସେନା ମେଣ୍ଟ

174

ମୁମ୍ବାଇ: ଆସନ୍ତା ୧୧ ତାରିଖରେ ବିଜେପି-ଶିବସେନା ମେଣ୍ଟ ଚୂଡାନ୍ତ ହେବାର ସମ୍ଭାବନା ଦେଖାଦେଇଛି | ଏନେଇ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ଏବେଠୁ ମହାରାଷ୍ଟ୍ରର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ ହୋଇଯାଇଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଯାହା କହିଥିଲେ ସେଥିରୁ ସ୍ପଷ୍ଟ ହେଉଛି ଯେ ଆଗାମୀ ବିଧାନସଭା ନିର୍ବାଚନ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହେବ। ଜଣାପଡିଛି ଯେ ଆଗାମୀ ୧୧ ତାରିଖରେ ଉଭୟ ଦଳ ଭିତରେ ଆସନ ବୁଝାମଣାକୁ ଚୁଡ଼ାନ୍ତ ରୂପ ଦିଆଯିବ। ସୂଚନା ଅନୁସାରେ ଆଗାମୀ ୧୧ ତାରିଖରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା , ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏକ ବୈଠକ କରି ଏହାକୁ ଅନ୍ତିମ ରୂପ ଦେବେ ।

Comments are closed.