OnaKhabar

ହୃହଘାତରେ ଖେଳାଳି ମୃତ

144

ଭୁବନେଶ୍ୱର: ବାରବାଟୀ ଷ୍ଟାଡିୟମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ଫୁଟବଲ ଖେଳିବା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଥିବାର ଜଣା ପଡିଛି ।
ସୂଚନା ମୁତାବକ, ଆଜି କଟକ ବାରବାଟି ଷ୍ଟାଡିୟମରେ ଫାଓ ଫୁଟବଲ ଲିଗରେ ଏସବିଆଇ ଓ ସାଇ ହଷ୍ଟେଲ ମଧ୍ୟରେ ଫୁଟବଲ ମ୍ୟାଚ ଚାଲିଥିଲା । ଖେଳ ଚାଲିଥିବା ବେଳେ ଜଣେ ଖେଳାଳି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସାଙ୍ଗେ ସାଙ୍ଗ ଖେଳାଳିଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା ହେଲେ ସେଠାରେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଖେଳାଳି ହେଲେ ଅଜୟ ନାୟକ । ମୃତ ଅଜୟ ନାୟକ ଏସବିଆଇ ପକ୍ଷରୁ ଖେଳୁଥିଲେ ବୋଲି ଜଣା ପଡିଛି |

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Comments are closed.