OnaKhabar

ଆଳି ଭରତପୁର ଚୋରୀ ଘଟଣାରେ ପୋଲିସକୁ ସଫଳତା: ପର୍ଦ୍ଦାଫାସ କଲେ ଏସପି, ୯ ଗିରଫ

517

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଂଚଳରେ ଗତ ୨୯ ତାରିଖ ଗୁରୁବାର ଦିନ ଘଟିଯାଇଥିବା ବହୁ ଚ୍ଚର୍ଚିତ ଚୋରୀ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଆଳି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ହାଡିବନ୍ଧୁ ସାହୁ ଓ ଅଲେଖ ସାହୁଙ୍କ ଘରୁ ସସସ୍ତ୍ର ଡକାୟତି ପରେ ହାଡିବନ୍ଧୁଙ୍କ ପରିବାରର ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଆସାମୀମାନଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କେନ୍ଦ୍ରାପଡା ଏସପି ନୀତିଶେଖର ଆଳି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶ୍ରୀ ଶେଖର କହିଥିଲେ ଗତ ୨୯ ତାରିଖରେ କିଛି ଦୁର୍ବୁତ ଭରତପୁର ଗ୍ରାମର ହାଡିବନ୍ଧୁ ସାହୁଙ୍କ ଘରୁ ୫୦ ହଜାର ଟଙ୍କା ସହିତ ୩ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେବା ପରେ ହାଡିବନ୍ଧୁଙ୍କ ପତ୍ନୀ ଭଗବତୀ, ପୁଅ ବାସୁଦେବ ଓ ବୋହୁ ଉର୍ମିଳାଙ୍କୁ ମାରଣାସ୍ତ୍ରରେ ମରଣାତ୍ମକ ଆକ୍ରମଣ କରି ରକ୍ତାକ୍ତ କରି ଦେଇ ପଳାଇଥିଲେ ଏବଂ ସେହି ରାତିରେ ସେହି ଗ୍ରାମର ଅଲେଖ ସାହୁଙ୍କ ଘରେ ପଶି ୪୦ ଗ୍ରାମ ର ସୁନା ଅଳଙ୍କାର ସହିତ ୩୫ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଏ ନେଇ ଆଳି ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରା ଯାଇଥିଲ । ଏହି ଘଟଣାରେ ସଂପୃକ୍ତ ଥିବା ଆସାମୀମାନଙ୍କୁ ଗିରଫ କରିବା ନିମନ୍ତେ ପୁରା ଜିଲ୍ଲା ପୋଲିସ ଲାଗିପଡିଥିଲା । ଏହି ଘଟଣାରେ ସଂପୃକ୍ତ ଥିଲେ ମହାସାହାଣି କେଳା ବସ୍ତିର ସାଜନ ଦାସ ଓ ଅନ୍ୟମାନେ ଏହି ଚୋରୀରେ ସଂପୃକ୍ତି ରହିଛି । ପୁଲିସ ଜାଣିବା ପରେ ସାଜନ ଦାସକୁ ଗିରଫ କରିବା ପରେ ସେ ତାର ଦୋଷ ସ୍ୱିକାର କରିବା ସହିତ ସେଦିନ ରାତିରେ ସେ ଓ ତା ଭାଇ ରାଜନ ଦାସ, ସଂଜୟ ଦାସ, ଦୀପକ ଦାସ, ମୁନା ଦାସ, ଅଜୟ ଦାସ, ବାବୋ ଦାସ, ବାବୁନା ଦାସ ଓ ଦିନା ଦାସଙ୍କ ସହ ମିଶି ହାଡିବନ୍ଧୁ ସାହୁଙ୍କ ଘରେ ପଶି ଲୁଟ କରିବା ସହ ୪ ଜଣ ସଦସ୍ୟଙ୍କୁ ମରଣାତ୍ମକ ଆକ୍ରମଣ କରି ଫେରାର ହୋଇ ଯାଇଥିଲୁ ବୋଲି କହିଥିଲେ । ସେହିଦିନ ରାତିରେ ସେମାନେ ମଧ୍ୟ ସେହି ଗାଁ ର ଅଲେଖ ସାହୁଙ୍କ ଘରୁ ସୁନା ଗହଣା ଓ ଟଙ୍କା ଲୁଟ କରି ଖସି ଯାଇଥିଲେ । ଟଙ୍କା ଓ କିଛି ସୁନା ଗହଣା ଭାଗବାଂଟ କରିବା ସହ ବାକି ଗହଣା ସବୁ ସେମାନେ ବାଲିଚନ୍ଦ୍ରପୁର ଥାନା ଅଂଚଳର ସଂଜୟ ସାହୁ ନାମକ ଜଣେ ସୁନା ଦୋକାନୀଙ୍କୁ ୩୦ ତାରିଖ ଦିନ ବିକ୍ରି କରି ତାଠାରୁ ୪୦ ହଜାର ଟଙ୍କା ଆଣିଥିଲେ । ସାଜନର ବୟାନକୁ ଆଧାର କରି ତାକୁ ଗିରଫ କରିବା ସହିତ ତା ଭାଇ ରାଜନ ଦାସ,ଅଜୟ ଦାସ,ଦୀପକ ଦାସ ଓ କାଳିଆ ଦାସଙ୍କୁ ଗିରଫ କରାଯିବା ସହ ଚୋରି ସାମଗ୍ରୀ ରଖିଥିବା ସୁନା ଦୋକାନୀ ସଂଜୟ ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଘଟଣାରେ ସଂପୃକ୍ତି ଥିବା କେନ୍ଦ୍ରାପଡା ସଦର ଶ୍ୟାମସୁନ୍ଦରପୁର କେଳାବସ୍ତିର ମନୁଆ ଦାସ,ଶ୍ୟାମଗୁଡିଆର ବିଜୟ ଦାସ ଓ ଆଳି ସିଙ୍ଗିରିର ଦୁଖିଆ ଦାସକୁ ପଟ୍ଟାମୁଣ୍ଡାଇ ପୋଲିସ ଗିରଫ କରିଥିଲା । ସେମାନେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା, ଆଳି ଥାନା, ପାଟକୁରା ଥାନା, ମାର୍ଶାଘାଇ ଥାନା ଓ ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଓ ଅନ୍ୟ କେତେକ ସ୍ଥାନରୁ ଚୋରୀ କରିଥିବା ସ୍ୱିକାର କରିଛନ୍ତି । ସେମାନଙ୍କ ନିକଟରୁ ନଗଦ ୪୨ ହଜାର ଟଙ୍କା,୧୫୦ ଗ୍ରାମର ସୁନାଗହଣା, ରୁପା , ପୁରୁଣା ଟଙ୍କା, ମୋବାଇଲ ଓ ସେମାନେ ବ୍ୟବହାର କରୁଥିବା ୨ ଟି ମୋଟର ସାଇକେଲକୁ ଜବତ କରାଯାଇଛି ।
ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଆସାମୀ ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବା ପାଇଁ ପ୍ରକ୍ରିୟା ଚାଲୁ ରହିଥିବା ଏସପି ନୀତିଶେଖର କହିଛନ୍ତି ।