OnaKhabar

ମାସେ ଯାଏ ପଲ୍ୟୁସନ୍ ଚେକିଂ କୋହଳ

68

ଭୁବନେଶ୍ୱର : ମାସେ ଯାଏ ପଲ୍ୟୁସନ୍ ଚେକିଂ କୋହଳ କରାଯାଇଛି | ନୂତନ ସଂଶୋଧିତ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେଲା ପରେ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଚେକିଂ ଚାଲିଛି। ବିଶେଷ କରି ଭୁବନେଶ୍ୱରରେ ଏହାକୁ ଅଧିକ ଜୋରଦାର୍ କରାଯାଇଛି। ଏଣୁ ଲୋକେ ଗାଡ଼ି ଚଲାଇବାକୁ ଡରିଲେଣି। ଏଭଳି ଏକ ସ୍ଥିତିରେ ସମସ୍ତ ଗାଡ଼ି ଚାଳକମାନଙ୍କ ପାଇଁ ଏକ ଆଶ୍ୱସ୍ତି କଲା ଭଳି ଖବର ଆସିଛି। ଚେକିଂ ବେଳେ ଯେଉଁ ସବୁ କଥାକୁ ଦେଖାଯାଉଛି ସେଥିରୁ ପଲ୍ୟୁସନ୍‌କୁ ଟିକେ କୋହଳ କରାଯାଇଛି। ମାସେ ଯାଏ ପଲ୍ୟୁସନ୍‌ ଚେକିଂକୁ କୋହଳ କରାଯାଇଛି ବୋଲି ଆଜି  ପରିବହନ ସଚିବ ଜି.ଶ୍ରୀନିବାସନ ସୂଚନା ଦେଇଛନ୍ତି।

ଯଦି କୌଣସି କର୍ମଚାରୀ ଭୁଲରେ ଫାଇନ୍‌ ଆଦାୟ କରିବେ, ସେମାନଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ସଂପୃକ୍ତ କର୍ମଚାରୀଙ୍କୁ ଡବଲ୍‌ ଫାଇନ୍‌ ଦେବାକୁ ପଡ଼ିବ। ଏହା ସହିତ ଲୋକଙ୍କୁ ଅଯଥାରେ ହଇରାଣ ନ କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ସଂଶୋଧିତ ଆଇନ୍‌କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ନାପସନ୍ଦ କରିଛନ୍ତି। ଏହି ଆଇନରେ ଅସଙ୍ଗତି ଥିବା ସେ କହିଛନ୍ତି।