OnaKhabar

୨୫ ହଜାର ତଣ୍ଡ କଷିଥିଲେ ପୁଲିସ ବାବୁ, ଉତ୍ୟକ୍ତ ହୋଇ ବାଇକରେ ନିଆଁ ଲଗାଇ ଦେଲେ ଯୁବକ

1,309

ନୂଆଦିଲ୍ଲୀ : ଦେଶରେ ନୂଆ ମୋଟୋର ଯାନ ସଂଶୋଧନ ଆଇନି ଲାଗୁ ହେବା ପରେ ଟ୍ରାଫିକ ପୁଲିସ ବାବୁମାନେ ତତ୍ପର ହୋଇ ଉଠିଛନ୍ତି। ଏପରିକି ଏବେ ସହରର ଗଳିକନ୍ଧିରେ ଚେକିଙ୍ଗ ଚାଲିଛି। ଏହି ମଧ୍ୟରେ ଯଦି କେହି ଧରା ପଡୁଛନ୍ତି ତେବେ ତାଙ୍କ ନାମରେ କଟା ଯାଉଛି ମୋଟା ଅଙ୍କର ଚାଲାଣ। ଏପରି ବହୁ ଘଟଣା ସାମ୍ନାକୁ ଆସିଛି ଯାହାର ଚାଲାଣରେ ପଡିଥିବା ଫାଇନ ଗାଡିର ଦାମ୍ ଠାରୁ ଅଧିକ ରହିଛି। ପୁଲିସ ବାବୁଙ୍କର ତତ୍ପରତା କାରଣରୁ ସାଧାରଣ ଜନତା ଭୟଭୀତ ହୋଇ ଉଠିଛନ୍ତି। ଏପରିକି ଚାଲାଣରୁ ବର୍ତ୍ତିବା ପାଇଁ ନିକଟରେ କିଛି ଲୋକ ଗାଡିରୁ ଓହ୍ଲାଇ ଗାଡି ଗଡେଇ ନେଉଥିବା ଭିଡିଓ ବାଇରାଲ ହୋଇଥିଲା। କେହି କେହି ପୁଲିସ ବାବୁଙ୍କୁ କାକୁତି ମୀନତି ହେଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି ସବୁ ଖବର ମଧ୍ୟରେ ଏକ ଆଶ୍ଚର‌୍ୟ୍ୟଜନକ ଘଟଣା ଘଟିଛି।
ଦିଲ୍ଲୀର ମାଳବୀୟ ନଗର ଅଞ୍ଚଳରେ ଟ୍ରାଫିକ ପୁଲିସ ଚେକିଙ୍ଗ୍ କରୁଥିବା ସମୟରେ ଜଣେ ବ୍ୟକ୍ତି ମଦ ପିଇ ଗାଡି ଚାଳନା କରୁଥିବା ଧରା ପଡିଥିଲେ। ଧରା ହେବା ପରେ ଟ୍ରାଫିକ ପୁଲିସ ତାଙ୍କୁ ୨୫ ହଜାର ଟଙ୍କା ତଣ୍ଡ କଷି ଦେଇଥିଲେ। ଏହି ଚାଲାଣ ରାକେଶ ନାମକ ଜଣେ ବ୍ୟକ୍ତିଙ୍କ ନାମରେ କଟାଯାଇଥିଲା। ତେବେ ଏତେ ମୋଟା ଅଙ୍କର ଫାଇନ ଦେଖି ବ୍ୟକ୍ତି ଜଣକ ଉତ୍ୟକ୍ତ ହୋଇ ନିଜ ବାଇକ ଟାଙ୍କିରୁ ତେଲ ବାହାର କରି ବାଇକରେ ନିଆଁ ଲଗାଇ ଦେଇଥିଲେ।