OnaKhabar

“ପଲ ପଲ ଦିଲକେ ପାସ୍” ଟ୍ରେଲର ରିଲିଜ୍, ଡେବ୍ୟୁ କରୁଛନ୍ତି କରଣ ଦେୱଲ

1,318

ନୂଆଦିଲ୍ଲୀ : “ପଲ ପଲ ଦିଲକେ ପାସ୍” ଟ୍ରେଲର ରିଲିଜ୍ | ସନ୍ନି ଦେୱଲଙ୍କ ପୁଅ କରଣ ଦେୱଲ ଫିଲ୍ମରେ ଡେବ୍ୟୁ କରୁଛନ୍ତି। ଆଜି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ସନ୍ନି ଦେୱଲ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ରୋମାଣ୍ଟିକ ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମ ସେପ୍ଟେମ୍ବର ୨୦ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ସନ୍ନି ଦେୱଲ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଛନ୍ତି।
୨ମିନିଟ୍ ୧୭ ସେକେଣ୍ଡର ଥିବା ଏହି ଟ୍ରେଲରରେ ସବୁଠୁ ବଡ ହାଇଲାଇଟ୍ ଲୋକେଶନ ସୁଟରେ କରାଯାଇଛି। ଫିଲ୍ମର ଶୁଟିଙ୍ଗ ଲଦ୍ଦାଖ ଏବଂ ହିମାଚଳ ପ୍ରଦେଶରେ କରାଯାଇଛି। ସନ୍ନି ଦେୱଲଙ୍କ ପୁଅ ଏହି ଫିଲ୍ମରେ ଖୁବ୍ ଭଲ ଅଭିନୟ କରିଛନ୍ତି। ଟ୍ରେଲରରେ ସହର ଏବଂ କରଣଙ୍କ ଲଭ ଷ୍ଟୋରୀ ବିଷୟରେ ଦର୍ଶାଯାଇଛି। କରଣଙ୍କ ବିପକ୍ଷରେ ସହର ଅଛନ୍ତି। ଏକ ଟ୍ରିପରେ ସହରଙ୍କ ସହ କରଣଙ୍କର ସାକ୍ଷାତ ହୋଇଥିଲା। ଏହି କ୍ୟାମ୍ପରେ ବହୁ ଆଡଭେନଚର ଆକ୍ଟିଭିଟି କରୁଥିବା ମଧ୍ୟ ଦେଖାଯାଇଛି। ସେମାନେ ପ୍ରଥମେ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁ ନଥିଲେ। କିନ୍ତୁ ଏକ ସପ୍ତାହ ରହିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଆରମ୍ଭ ହେଉଛି ପ୍ରେମର ଯୁଦ୍ଧ। ଗୋଟିଏ ପ୍ରେମିକ ତାର ପ୍ରେମିକାକୁ ପାଇବା ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ହୋଇଯାଉଛି।