OnaKhabar

ଲତାଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ

4,352

ମୁମ୍ବାଇ: ନିକଟରେ ଲତା ମଙ୍ଗେଶକରଙ୍କର ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଇ ଲୋକପ୍ରିୟତା ପାଇବା ସହ ରାତାରତି ଷ୍ଟାର ପାଲଟି ଯାଇଛନ୍ତି କୋଲକାତାର ରାନୁ ମଣ୍ଡଳ। ଲୋକପ୍ରିୟ ଗାୟକ ହିମେଶ ରେଶମିୟା ତାଙ୍କ ସହ ନିଜ ଫିଲ୍ମର ଏକ ଗୀତ ରେକର୍ଡ କରିଛନ୍ତି, ଯେଉଁଥିପାଇଁ ସେ ଆଜିକାଲି ଖବରରେ ଶିରୋନାମା ପାଲଟିଛନ୍ତି । ସୋଶିଆଲ ମିଡ଼ିଆ, ଖବର ସଂସ୍ଥାରେ ତାଙ୍କୁ ନେଇ ଏତେ ଚର୍ଚ୍ଚା ହେଲା ଯେ ଅନେକ ଗୁଜବ ମଧ୍ଯ ମୁଣ୍ଡ ଟେକିଲା। ସଲମାନ ଖାନ ୫୫ ଲକ୍ଷ ଟଙ୍କାର ଘର ରାନୁଙ୍କୁ ଦେଇଥିବା କଥା ସବୁଠି ଚର୍ଚ୍ଚା ହେଲା। ସେତିକି ନୁହେଁ, ‘ଦବଙ୍ଗ-୩’ରେ ଗୀତ ଗାଇବାକୁ ସୁେଯାଗ ଦେବା କଥା ମଧ୍ଯ ଶୁଣିବାକୁ ମିଳିଲା। କିନ୍ତୁ ସବୁ ଗୁଜବକୁ ସଲମାନ ଖଣ୍ଡନ କରିଥିବା ପରେ ଜଣାପଡ଼ିଥିଲା। ଦୁଇ ଦିନ ତଳେ ରାନୁ ମଣ୍ଡଳଙ୍କୁ ପରାମର୍ଶ ଦେଇ ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ‘ଅରିଜିନାଲ୍‌’ ବା ‘ନିଜ ସ୍ୱରରେ’ ଗାଇବାକୁ କହିଥିଲେ। ତେବେ ଏହାକୁ ନେଇ ଲତା ଦିଦିଙ୍କ ଉପରେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଲା, ଲତା ମଙ୍ଗେଶକର ଆଉ ଟିକେ ବିନମ୍ରତାର ସହିତ ଏହି କଥା କହି ପାରିଥାନ୍ତେ।

ଲତାଙ୍କ ଉଦ୍ଦେଶ୍ୟରେ ଜଣେ ଟ୍ୱିଟ୍‌ର ବ୍ୟବହାରକାରୀ ଲେଖିଛନ୍ତି, ‘ଏତେ ବଡ଼ ସୁପର୍‌ଷ୍ଟାର୍‌, କିନ୍ତୁ ଏତେ ରୁକ୍ଷ।’ ଆଉ ଜଣେ ଲେଖିଛନ୍ତି, ‘ଜଣେ ଗରିବ ମହିଳା ରେଳ ଷ୍ଟେସନ୍‌ରେ ଭିକ ମାଗି ପେଟ ପୋଷୁ ଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ସ୍ୱର ସୋଶାଲ୍ ମିଡିଆରେ ଭାଇରାଲ୍ ହେଲା ଓ ସେ ଷ୍ଟାର୍ ହୋଇଗଲେ। ଲତାଜୀ ତାଙ୍କୁ ଆଉ ଟିକେ ବିନମ୍ର ହୋଇ ତାଙ୍କୁ ପ୍ରଶଂସା କରିପାରିଥା’ନ୍ତେ ଓ ସାହାଯ୍ୟ ବି କରିପାରିଥା’ନ୍ତେ। ରାନୁ ତାଙ୍କୁ ଅନୁକରଣ କରି ଗାଉଥିବା କଥାକୁ ସେ ଏଡ଼ାଇ ଯାଇ ପାରିଥା’ନ୍ତେ।’ ସେହିପରି ଅନ୍ୟ ଜଣେ ବ୍ୟକ୍ତି ଟ୍ୱିଟ୍ କରି କହିଛନ୍ତି,‘ସମ୍ମାନନୀୟ ଲତାଜୀ, ଆପଣଙ୍କର ଓ ରାନୁ ମଣ୍ଡଳଙ୍କ ସ୍ୱରରେ ସମାନତା ନାହିଁ। ତାଙ୍କ ସ୍ୱର ଆହୁରି ଭଲ।’

ଲତା ମଙ୍ଗେଶକର ସେଦିନ କହିଥିଲେ, “ଯଦି ମୋ ନାଁ ଓ କାମକୁ ନେଇ କାହାର କିଛି ଭଲ ହୋଇପାରୁଛି, ତେବେ ସେଥିପାଇଁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରିବି। କିନ୍ତୁ ସଫଳତା ପାଇବା ପାଇଁ ଜଣକୁ ଅନୁକରଣ କରିବା ଠିକ୍ ନୁହେଁ। କାରଣ ଏହା ସଫଳତା ପାଇବାର ବିଶ୍ୱାସନୀୟ ସାଥୀ ହୋଇ ନପାରେ। କିଶୋର ଦା, ମହମ୍ମଦ ରଫି, ମୁକେଶ ଭାଇ, ଆଶା ଭୋସଲେ କିମ୍ୱା ମୋର ଗୀତ ଗାଇ ଜଣେ କେବଳ କିଛି ଦିନ ପାଇଁ ଚର୍ଚ୍ଚାରେ ରହିପାରିବ। କିନ୍ତୁ ଏହା ବେଶି ଦିନ ପର୍ଯ୍ୟନ୍ତ ଚାଲି ପାରିବ ନାହିଁ।” ରାନୁ ମଣ୍ଡଳଙ୍କ ସଫଳତାରେ ଲତା ଦିଦି ଖୁସି ପ୍ରକଟ କରିବା ସହିତ ଏହି ପରାମର୍ଶ ଦେଇଥିଲେ । ଏକାଧିକ ମୁ୍ୟଜିକ ଶୋ’ରେ କଣ୍ଠଶିଳ୍ପୀମାନେ ଅତି ସୁନ୍ଦର ଭାବେ ମୋ ଗୀତ ଗାଉଛନ୍ତି। କିନ୍ତୁ ପ୍ରଥମ ସଫଳତା ମିଳିବା ପରେ କେତେ ଜଣଙ୍କୁ ଆମେ ମନେରଖିଛୁ? ମୁଁ କେବଳ ସୁନିଧି ଚୌହନ ଓ ଶ୍ରେୟା ଘୋଲାଲଙ୍କୁ ଜାଣେ । ତେଣୁ ସଙ୍ଗୀତ ଦୁନିଆରେ ପାଦ ଦେଇଥିବା କଣ୍ଠିଶିଳ୍ପୀମାନେ କାହାକୁ ନକଲ କରିବା ପରିବରେ୍ ନିଜ ମୌାଳିକତାକୁ ଉପେଯାଗ କରନ୍ତୁ।

Comments are closed.