OnaKhabar

ନବଜାତ ଶିଶୁ ମୃତ୍ୟୁକୁ ନେଇ ଚିକିତ୍ସାଳୟରେ ଉତ୍ତେଜନା

412

ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଅବ୍ୟବସ୍ଥା ଚରମ ସୀମାରେ ପହଂଚିଛି। ଏଠାରେ ରୋଗୀ ସେବା ବହୁ ପଛକୁ ଠେଲି ହୋଇଯାଉଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ଘଟୁଛି। ମଙ୍ଗଳବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମାତୃ ଶିଶୁ କୋଠାରେ ଜଣେ ନବଜାତକ ମୃତୁ୍ୟକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ସ୍ଥାନୀୟ ଲୋକଙ୍କ ବୁଝାଶୁଝା ପରେ ଉତ୍ତେଜନା ପ୍ରଶମିତ ହୋଇଥିବା ଜଣାପଡ଼ିଛି।
ସୂଚନାନୁସାରେ, ଗତକାଲି ନୟାଗଡ଼ ରୋହିସାହିର ଜଣେ ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତାଙ୍କୁ ଅପରେସନ ମାଧ୍ଯମରେ ପ୍ରବସ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ କୈାଣସି ଅସୁବିଧା ହେବ ନାହଁ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ଅପରେସନ ପାଇଁ ବିଳମ୍ବ କରାଯାଇ ଆଜି ପୂର୍ବାହ୍ନରେ ଅପରେସନ କରାଯାଇଥିଲା। ଫଳରେ ତାଙ୍କର ଏକ ଝିଅ ଜନ୍ମ ନେଇଥିଲା। ମାଆ ଛୁଆ ଉଭୟ ସୁସ୍ଥ ଥିବା ଡାକ୍ତର ଓ ନର୍ସ ପରିବାର ଲୋକଙ୍କୁ କହିଥିବା ବେଳେ ଦୀର୍ଘ ତିନି ଘଣ୍ଟା ଯାଏଁ ଛୁଆକୁ ପରିବାର ଲୋକଙ୍କୁ ଦେଖିବାକୁ ଦିଆଯାଇନଥିଲା। ଫଳରେ ସନ୍ଦେହ ସୃଷ୍ଟି ହେବାରୁ ପରିବାର ଲୋକେ ଝିଅକୁ ଦେଖିବାକୁ ଅଡ଼ି ବସିଥିଲେ ଏହାକୁ ଦେଖି କର୍ମଚାରୀମାନେ ତାଙ୍କୁ ମାଆ ଛୁଆଙ୍କର କୈାଣସି କ୍ଷତି ଘଟିଲେ କେହି ଦାୟୀ ରହିବେ ନାହଁ ବୋଲି ଏକ ଫର୍ମରେ ଦସ୍ତଖତ କରାଇ ନେଇଥିଲେ ମଧ୍ଯ ଛୂଆକୁ ଦେଖôବାକୁ ସୁେଯାଗ ଦେଇନଥିଲେ। ଅଧଘଣ୍ଟା ପରେ ଛୁଆଟିର ମୃତୁ୍ୟ ଘଟିଥିବା ନେଇ କର୍ମଚାରୀମାନେ ପରିବାର ଲୋକଙ୍କୁ ଜଣାଇବା ପରେ ଉେଜନା ପ୍ରକାଶ ପାଇଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ବୁଝାଶୁଝା ପରେ ପରିବାର ଲୋକେ ଛୁଆର ଶବକୁ ନେଇ ଯାଇଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବା ପରେ ସେ ଏ ସଂର୍କରେ ଜାଣିନଥିବା କହିଛନ୍ତି ଏବଂ ଆଗାମୀ ଦିନରେ ଉଭଳି ପରିସ୍ଥିତି କିଭଳି ସୃଷ୍ଟି ନହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।