OnaKhabar

ଟେଷ୍ଟ୍ ସିରିଜ କବଜା କଲା ଭାରତ

964

କାନାଡା : ୨-୦ରେ ସିରିଜ କବଜା କରିଛି ଭାରତ | ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମିଙ୍କ ଆକର୍ଷଣୀୟ ବୋଲିଂ ପ୍ରଭାବରେ ଭାରତ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୨୫୭ ରନରେ ପରାସ୍ତ କରିଛି । ଏହାସହ ଟେଷ୍ଟ ସିରିଜକୁ ମଧ୍ୟ ୨-୦ରେ ଜିତିନେଇଛି । ଏହାସହ ଭାରତୀୟ ଅଧିନାୟକ ବିରାଟ କୋହଲି ସବୁଠାରୁ ସଫଳତମ ଅଧିନାୟକ ଭାବେ କୀର୍ତି ଅର୍ଜନ କରିଛନ୍ତି ।
ବିରାଟ କୋହଲିଙ୍କ ନେତୃତ୍ୱରେ ଏହା ହେଉଛି ୨୮ ତମ ଟେଷ୍ଟ ବିଜୟ । ଏହାସହ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଛନ୍ତି । ଧୋନୀଙ୍କ ନେତୃତ୍ୱରେ ଦଳ ୨୭ଟି ଟେଷ୍ଟରେ ବିଜୟୀ ହୋଇଥିଲା । ଏହାସହ ଭାରତ ଇଣ୍ଡିଜ ବିରୋଧରେ ଲଗାତାର ଭାବେ ୮ଟି ସିରିଜ ଜିତିବାରେ ସକ୍ଷମ ମଧ୍ୟ ହୋଇଛି ।
ଦ୍ୱିତୀୟ ଟେଷ୍ଟରେ ଭାରତର ୪୬୮ ରନର ଲକ୍ଷ୍ୟକୁ ପିଛା କରୁଥିବା ଇଣ୍ଡିଜ ଭାରତୀୟ ବୋଲର ଜାଡେଜା, ଶାମି, ଇଶାନ୍ତ ଶର୍ମା ଓ ବୁମରାହଙ୍କ ବୋଲିଂର ମୁକାବିଲା କରିପାରି ନଥିଲା । ଫଳରେ କାରବିଆନ ଦଳ ୫୯.୫ ଓଭରରେ ୨୦୧ ରନ କରି ଅଲଆଉଟ ହୋଇଯାଇଥିଲା ।

Comments are closed.