OnaKhabar

ଘର ଭିତରୁ ଜଣଙ୍କର ମୃତଦେହ ଉଦ୍ଧାର, ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି ମହିଳା

213

ପାଟଣାଗଡ : ପଶ୍ଚିମ ଓଡିଶାରେ ନୂଆଁଖାଇ ପାଳିତ ହେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଂଚଳରୁ ଏକ ଦୁଃଖଦ ଖବର ଆସିଛି । ଏକ ଘର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ପାଟଣାଗଡ କେନ୍ଦୁମୁଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ମୃତଦେହ ନିକଟରେ ତାଙ୍କ ସ୍ତ୍ରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହରୁ ଏପରି ଘଟିଥିବା କୁହାଯାଉଛି ।
ଗତକାଲି ରାତ୍ରରେ ଦୁର୍ଯ୍ୟୋଧନ ବଡିଆ ଓ ତାଙ୍କ ସ୍ତ୍ରୀ କିଶୋରୀଙ୍କ ମଧ୍ୟରେ କୌଣସୀ କାରଣରୁ ଝଗଡା ହୋଇଥିଲା । ଏହାପରେ ସେମାନଙ୍କ ସନ୍ତାନ ଜୋରେ ପାଟି କରିଥିଲେ । ଏହାଶୁଣି ପଡୋଶୀ ମାନେ କବାଟ ଖୋଲି ଘରେ ପଶିଥିଲେ ାସେତିକି ବେଳେ ଦୁର୍ଯ୍ୟୋଧନ ଓ କିଶୋରୀ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ସେମାନେ ତୁରନ୍ତ ଉଭୟଙ୍କୁ ମେଡିକାଲରେ ଭର୍ତି କରିଥିଲେ । ତେବେ ଡାକ୍ତର ଦୁର୍ଯ୍ୟୋଧନଙ୍କୁ ମୃତ ଘୋଷଣା କରିଥିଲେ । ସୌଭାଗ୍ୟ ବଶତଃ ତାଙ୍କ ପତ୍ନୀ ବର୍ତି ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି ।