OnaKhabar

ରାଜଧାନୀରେ ଭସିଗଲେ ୩ ଯୁବକ ?

300

ଭୁବନେଶ୍ୱର : ସୋମବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଚାର୍ଯ୍ୟ ବିବାହର ଅଞ୍ଚଳର ଏକ ଡ୍ରେନ୍‌ରେ ୩ ଜଣ ଯୁବକ ଭାସି ଯାଇଥିବାର ସୂଚନା ମିଳିଛି । ପ୍ରବଳ ବର୍ଷା ହେତୁ ବର୍ଷା ରାସ୍ତା ଉପରେ ପ୍ରବଳ ପାଣିର ସୁଅ ଚାଲୁଥିଲା । ଏହି ସମୟରେ ଆଚାର୍ଯ୍ୟବିହାର-ଜୟଦେବ ବିହାର ମଝି ଅଞ୍ଚଳରେ ୩ ଜଣ ଯୁବକ ବାଇକ୍‌ରେ ଯାଉଥିବା ବେଳେ ସୁଅରେ ଭାସିଯାଇଥିବାର ସନ୍ଦେହ କରାଯାଉଛି । ସେମାନେ ଉତ୍କଳ ଭିଲ୍ଲାସ୍ ପାଖ ଅଣ୍ଡରପାସ୍‌ ପାଖରେ ଯାଉଥିବା ବେଳେ ପାଣି ସୁଅରେ ଭାସି ଯାଉଥିବା ଦେଖିବାକୁ ମିଳିଛି ।
ସିସିଟିଭି ଭିଜୁଆଲରେ ପାଣିରେ ଭାସିଯିବା ବେଳର ଏପରି ଛାତି ଥରା ଦୃଶ୍ୟ କଏଦ ହୋଇଛି । ଏହି ଘଟଣା ଏବେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ସେହି ଯୁବକ ମାନଙ୍କର ଏପର୍ଯ୍ୟନ୍ତ ଠିକଣା ମିଳିପାରି ନାହିଁ ଏବଂ ସେମାନେ ନିଖୋଜ ଅଛନ୍ତି |

କେନାଲରେ ବୁଡି ଛାତ୍ର ମୃତ