OnaKhabar

ପାଣିରେ ବୁଡିଯାଇ ୨ ଶିଶୁ ମୃତ

66

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ଚାନ୍ଦୁଆ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପାଣିରେ ବୁଡି ୨ଜଣ ସମ୍ପର୍କୀୟ ଭଉଣୀ ପ୍ରାଣ ହରାଇଛନ୍ତି ।
ଖାବରାନେବାରୁ ଜଣାପଡିଛି ଯେ , ଆଜି ସକାଳେ କୁଳିଅଣା ଗ୍ରାମର ଦୁଇଜଣ ସମ୍ପର୍କୀୟ ଭଉଣୀ ଖେଳିବା ପାଇଁ ଯାଇଥିଲେ । ସେମାନେ ଗ୍ରାମର ବିଲରେ ଖେଳୁଥିଲେ । ତେବେ ବିଧିର ବିଧାନ ଅଲଗା ଥିଲା । ସେମାନେ ବିଲରେ ଜମି ରହିଥିବା ପାଣିରେ ବୁଡି ଯାଇଥିଲେ । ଫଳରେ ଉଭୟେ ପ୍ରାଣ ହରାଇଛନ୍ତି । ଦୁଇ ଭଉଣୀଙ୍କ ବୟସ ୩ ଓ ୪ ବର୍ଷ ହେବ ବୋଲି ଜଣାପଡିଛି । ଗ୍ରାମବାସୀ ଓ ପରିବାର ଲୋକେ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ।

ଏହି ଅଘଟଣ ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।