OnaKhabar

ସ୍ତ୍ରୀ ସହ ଝଗଡ଼ା କରି ତିନି ପୁଅଙ୍କ ତଣ୍ଟି କାଟି ହତ୍ୟାକଲେ ସ୍ୱାମୀ

2,727

ଅହମଦାବାଦ: ଗୁଜରାଟରରେ ଘଟିଛି ଏକ ଅଭାବନୀୟ ଘଟଣା | ଗୁଜରାଟରର ଭବନଗର ଠାରେ ସ୍ତ୍ରୀ ସହ ଝଗଡ଼ା କରି ଜଣେ ଗୁଜରାଟ ପୁଲିସ କନେଷ୍ଟବଳ ତାଙ୍କର ୩ ରୁ ୮ ବର୍ଷ ମଧ୍ୟରେ ତିନି ପୁଅଙ୍କୁ ହତ୍ୟା କରିଛନ୍ତି।
ସ୍ତ୍ରୀ ସହ ଯୁକ୍ତିତର୍କ କରିବା ପରେ ସୁଖଦେବ ସିୟାଲ୍‌ ତାଙ୍କୁ ଗୋଟାଏ କୋଠରିରେ ପୂରାଇ କବାଟ ଦେବା ପରେ ନିଜ ତିନି ପୁଅଙ୍କ ଗଳା କାଟି ପକାଇଥିଲେ। ସେ ବାଳକମାନେ ହେଉଛନ୍ତି: ୮ ବର୍ଷିୟ ଖୁସ୍‌ହାଲ୍‌, ୫ ବର୍ଷିୟ ଉଦ୍ଧବ ଏବଂ ୩ ବର୍ଷିୟ ମନ୍‌ମୀତ୍‌।
ଏହା ପରେ ଅଭିଯୁକ୍ତ କନେଷ୍ଟବଳ ଥାନାକୁ ଫୋନ୍‌ କରି ଏ କଥା କହିଥିଲେ। ତାଙ୍କର ସହକର୍ମୀମାନେ ତାଙ୍କ ପୁଲିସ ଆବାସିକ କ୍ୱାର୍ଟସ୍‌ରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ |

କୁଖ୍ୟାତ ଅପରାଧୀ ମୁସିମ୍ ଏନ୍‌କାଉଣ୍ଟରରେ ଆହତ