OnaKhabar

ଆଜି ସ୍ୱାୟତ୍ତ ଶାସନ ଦିବସ: ଆଲୋକମାଳାରେ ରାଜଧାନୀ

98

ଭୁବନେଶ୍ୱର: ଆଜି ସ୍ୱାୟତ୍ତ ଶାସନ ଦିବସ। ଆଲୋକମାଳାରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌରସଂସ୍ଥା ଏବଂ ଏନ୍ଏସିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରଙ୍ଗିନ ଆଲୋକମାଳାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଝଲସି ଉଠୁଛି।
ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ ହେବ। ଲୋକଙ୍କ ନିକଟରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯୋଜନା କରାଯାଇଛି। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏଣିକି ଭୁବନେଶ୍ୱରରେ ଥିବା ସମସ୍ତ ୬୭ଟି ୱାର୍ଡ ପାଇଁ କାର୍ଯ୍ୟାଳୟ ଖୋଲିବ।
ଏଥିସହ ସହରରେ ପରିମଳ ବ୍ୟବସ୍ଥାର ସୁପରିଚାଳନା ଲାଗି ମୁଖ୍ୟମନ୍ତ୍ରୀ ୪୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରର ବି ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏନେଇ ପ୍ରତି କେନ୍ଦ୍ର ଲାଗି ୩୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଭୁବନେଶ୍ୱରରେ ବର୍ଷାଜଳର ପରିଚାଳନା ଓ ନିର୍ଗତ ଲାଗି ୧୧ଟି ଡ୍ରେନର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।