OnaKhabar

ରାସ୍ତା ପାଶ୍ୱର୍ରେ ପଡ଼ିଛି ଶିଶୁପୁତ୍ରର ମୃତଦେହ

223

ଫୁଲବାଣୀ : ଆଜି ସକାଳେ କନ୍ଧମାଳ ଜିଲ୍ଲା କଳିଙ୍ଗା-ରାଚିଂ-ବିଜୟୱାଡ଼ା ରାସ୍ତା ପାଶ୍ୱର୍ରେ ଥିବା ଗୋଟିଏ ଢ଼ାବା ସାମ୍ନା ପଡ଼ିଆରେ ଏକ ଶିଶୁପୁତ୍ର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, କଳିଙ୍ଗା-ରାଚିଂ-ବିଜୟୱାଡ଼ା ରାସ୍ତା ପାଶ୍ୱର୍ରେ ଥିବା ଢ଼ାବା ପାଖରେ ମୃତ ଶିଶୁପୁତ୍ରର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ମୃତ ଶିଶୁପୁତ୍ରର ଶରୀରରେ ଡାକ୍ତରୀ ଉପକରଣ ଲାଗିଛି । ଏଥିରୁ ଅନୁମାନ କରାଯାଉଛି ଶିଶୁ ପୁତ୍ରଟି କୌଣସି ଡାକ୍ତରଖାନାରେ ଚିକିସିôତ ହେଉଥିବାବେଳେ ମୃତ୍ୟୁ ବରଣ କରିଛି । ଅନୁମାନ କରାଯାଉଛି ଶିଶୁର ଆତ୍ମୀୟମାନେ ପଡ଼ିଆରେ ଫିଙ୍ଗିଦେଇ ଚାଲିଯାଇଛନ୍ତି । ଖବର ପାଇ ଘଟଣାସ୍ଥଳକୁ ଘୁ.ଉଦୟଗିରି ପୁଲିସ ପହଚିଂ ତଦନ୍ତ ଆରମ୍ଭ ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସାନଭାଇର ଛୁଡା ମାଡରେ ବଡଭାଇ ଗୁରୁତର