OnaKhabar

ପୁଣି ୬ ଅଧିକାରୀ ବରଖାସ୍ତ

552

ଭୁବନେଶ୍ୱର: ଦୁର୍ନିତୀ ହଟାଇବା ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାର ବିଶେଷ ପ୍ରଭାବ କିଛି ପଡୁ ନଥିବା ଦେଖା ଯାଉଛି | ଦୈନିକ ବିଭିନ୍ନ ଅଧିକାରୀ ଲାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି | ଏଣୁ ଦୁର୍ନିତୀଗ୍ରସସ୍ତ କର୍ମଚାରୀଙ୍କ ମନରେ ଭୟ ସଂଚାର କରିବା ପାଇଁ ଏବେ ସରକାର କଠୋର ହୋଇଛନ୍ତି | ଚାକିରିରୁ ବହିଷ୍କାର କରିବା ସହ ଅବସର ଗ୍ରହଣ ପରେ ବି ନିସ୍ତାର ମିଳିବ ନାହିଁ ଏଭଳି ବାର୍ତା ଦେବାକୁ ପେନସନ ବନ୍ଦ କରିବା ଭଳି ପଦକ୍ଷେପ ନେଇଚନ୍ତି | ଗତ ୧୭ ତାରିଖରେ ୧୫ ଜଣଙ୍କୁ ଚାକିରୀରୁ ବହିଷ୍କାର କରା ଯାଇଥିଲା ବେଳେ ଆଜି ୬ ଜଣଙ୍କୁ ବହିଷ୍କାର କରା ଯାଇଛି ଏବଂ ୪ ଜଣଙ୍କର ପେନସନ ବନ୍ଦ କରା ଯାଇଛି |
ଆଜି ବହିଷ୍କୃତ ହୋଇଥିବା କର୍ମଚାରୀ ମାନେ ହେଲେ କୁଆଁରମୁଣ୍ଡା ତହସିଲ ଜୁନିଅର କ୍ଲର୍କ ସଂଜିତ କୁମାର ରାୟ , ବାରିପଦା ଆଇଟିଡିଏ ର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ପ୍ରଧାନ , ପ୍ରାଣୀ ଚିକିସ୍ଥକ ଭାଗିରଥୀ ବିଶ୍ୱାଳ, ପଂଚାୟତିରାଜ ଜେଇ ବସନ୍ତ ପାତ୍ର ବରଖାସ୍ତ , କୁତ୍ରା ବ୍ଲକ ପିଇଓ ତ୍ରିଲୋଚନ ସେଠ, ବଣାିଗଡ ପିଇଓ ଅଷ୍ଟମ ପଟେଲ | ୪ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ପେନସନ ମଧ୍ୟ ବନ୍ଦ କଲେ ମୁଖ୍ୟମନ୍ତ୍ରୀ |