OnaKhabar

ଆସୁଛି ବଡ଼ ବର୍ଷା : ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

908

ଭୁବନେଶ୍ୱର (ଓଏନଏ): ପୁଣି ଏକ ଲଘୁଚାପ ଆସୁଛି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।  ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଏହି ଲଘୁଚାପ ଘନିଭୂତ ହୋଇଛି ।  ଆସନତା ୪୮ ଘଣ୍ଟା ଭିତରେ ଏହା ଅଧିକ ଘନିଭୂତ ହେବ । ଆସନ୍ତା ୨ ଓ ୩ ତାରିଖ ଦୁଇଦିନ ଧରି ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ହେବା ଆଳକନ କରାଯାଇଛି । ୪୦ରୁ ୫୦ କିଲୋମିଟର ବେଗରେ ପବନ ବିହବାର ସମ୍ଭାବନା ରହିଛି । ସମୂଦ୍ର ଅଶାନ୍ତ ରହିବ । ଏଣୁ ଯେଉଁ ମତ୍ସଜୀବୀମାନେ ସମୁଦ୍ରକୁ ଯାଇଛନ୍ତି ସେମାନେ ୧ ତାରିଖ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଭିତକୁ ଆଉ ନ ଯିବା ପାଇଁ ସତର୍କତା ଜାରି କରାଯାଇଛି ।

ସମସ୍ତ ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦି ନେଇ ସତର୍କ ରହିବା ପାଇଁ ଜଣାଇ ଦିଆଯାଇଛି । ଏହି ବର୍ଷା ଫଳରେ ବନ୍ୟାର ଆଶଙ୍କା ମଧ୍ୟ ଦେଖାଦେଇପାରେ ବୋଲି କୁହାଯାଇଛି । ପ୍ରବଳ ବର୍ଷା ହେବାର ଥିବାରୁ ଜଳବନ୍ଦି ଅବସ୍ଥା ମଧ୍ୟ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି । ଏଣୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ପ୍ରତି ଅଧିକ ସତର୍କ ରହିବାକୁ କୁହାଯାଇଛି । ଏଥିରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଓ ରାୟଗଡ଼ା ଜିଲ୍ଲା ରହିଛି । ଏହି ଜିଲ୍ଲାପାଳମାନଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି । କାରଣ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡ଼ା ଏଲୋ ୱାର୍ଣ୍ଣିଂ ଜିଲ୍ଲାଗୁଡ଼ିକ ଭିତରେ କନ୍ଧମାଳ, ମୟୂରଭଞ୍ଜ, ଗଂଜାମ, ପୁରୀ, କେନ୍ଦୁଜର, ଦେଓଗଡ଼, ଢ଼େଙ୍କାନାଳ, ଅନୁଗୁଳ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦନରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଦ, କେନ୍ଦ୍ରାପଡ଼ା, ଭଦ୍ରକ ପ୍ରଭୃତି ଜିଲ୍ଲା  ରହିଛି । \nଏଣୁ ଜିଲ୍ଲାପାଳମାନେ ପ୍ରଶାସନିକ କଳକୁ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ପରିସ୍ଥିତି ଆସିଲେ ଯେପରି ତୁରନ୍ତ ମୁକାବିଲା କରାଯାଇ ପାରିବ ସେଥିଲାଗି ପ୍ରସ୍ତୁତ ରହିବେ । ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ଆବଶ୍ୟକ ପରିମାଣର ଖାଦ୍ୟ ସମାଗ୍ରୀ, ପିଇବା ପାଣି, ଆଲୋକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ପ୍ରସ୍ତୁତ କରିବା ଏବଂ ରିଲିଫ ଆଶ୍ରୟସ୍ଥଳଗୁଡ଼ିକ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଜିଲ୍ଲା ପ୍ରଶାସନ ପକ୍ଷରୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।