OnaKhabar

ପ୍ରଥମ ଦିନରେ ବାଜି ମାରିଲା ‘ସାହୋ

818


ମୁମ୍ବାଇ: ଟଲିଉଡ ଜଗତର ମୋଷ୍ଟ ହ୍ୟାମ୍ଡସମ ଅଭିନେତା ପ୍ରଭାସ ଓ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’ ବକ୍ସ ଅଫିସ୍‌ରେ ବାଜି ମାରିଛି । ଏହା ପ୍ରଥମ ଦିନରେ ସାରା ଭାରତରେ ୧୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ‘ସାହୋ’ର ହିନ୍ଦୀ ଭର୍ସନରୁ କେବଳ ପ୍ରଥମ ଦିନରେ ୨୪ କୋଟିରୁ ଅଧିକ ଟଙ୍କା ଆୟ ହୋଇଛି । ଜଣାଶୁଣା ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଟ୍ୱିଟ୍‌ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି ।

ଏଥିରୁ ଜଣାପଡ଼ୁଛି ଚଳଚ୍ଚିତ୍ର ପ୍ରେମୀମାନେ ଏ ଫିଲ୍ମକୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ନିଆଁ ଲଗାଇ ଦେଇଥିବା ‘ସାହୋ’ କିନ୍ତୁ ଅଲ୍‌ ଟାଇମ୍‌ ବ୍ଲଗ୍‌ ବଷ୍ଟର୍‌ ‘ବାହୁବଳୀ-୨’ (୧୫୨କୋଟି)ର ରେକର୍ଡ଼ କାଟି ପାରିନି।
ତରନଙ୍କ ସୂଚନା ଅନୁଯାୟୀ, ହିନ୍ଦୀ ଭାଷାରେ ରିଲିଜ୍ ହୋଇଥିବା ‘ସାହୋ’ ପ୍ରଥମ ଦିନରେ ୨୪.୪୦ କୋଟି ଟଙ୍କା ଆୟ କରି ଚଳିତ ବର୍ଷର ସବୁଠୁ ବଡ଼ ଓପନିଂ କରିଥିବା ଫିଲ୍ମ ତାଲିକାର ତୃତୀୟ ନମ୍ବରରେ ରହିଛି। ଏହି ତାଲିକାର ପ୍ରଥମ ସ୍ଥାନରେ ସଲମାନ୍‌ ଖାନ୍‌ଙ୍କ ‘ଭାରତ’ (୪୨.୩୦ କୋଟି) ଓ ଦ୍ୱିତୀୟ ସ୍ଥାନରେ ଅକ୍ଷୟ କୁମାରଙ୍କ ‘ମିଶନ୍‌ ମଙ୍ଗଲ୍‌’ (୨୯.୧୬ କୋଟି) ରହିଛି।‘ବାହୁବଲୀ’ ସିରିଜ୍‌ରେ କାମ କରିବା ପରେ ପ୍ରଭାସ୍ ଅନ୍ତର୍ଜାତୀୟ ଷ୍ଟାର୍ ହୋଇଯାଇଛନ୍ତି। ‘ବାହୁବଲୀ’ ସାରା ବିଶ୍ୱରେ ୬୫୦ କୋଟି ଆୟ କରିଥିବା ବେଳେ ‘ବାହୁବଲୀ-୨’ ୧୭୯୬.୫୬ କୋଟି ଟଙ୍କା ଆୟ କରିଥିଲା। ‘ସାହୋ’କୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେହି ସମାନ କ୍ରେଜ୍‌ ଦେଖିବାକୁ ମିଳିଛି। ତେବେ ଦେଖିବା ବାକି ରହିଲା, ‘ସାହୋ’ କେତେ ଆୟ କରିପାରିବ।