OnaKhabar

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

103

ଫୁଲବାଣୀ : ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଖଜୁରିପଡା ଥାନା ପୁଲିସ ଗୁଣ୍ଡ୍ରିବାଡି ଗ୍ରାମର ବରୁଣ ଦିଗାଲ(୨୩)ଙ୍କୁ ଗିରଫ କରିଛି । ଥାନାଧିକାରୀ ରମାକାନ୍ତ ପାତ୍ରଙ୍କ ସୂଚନା ଅନୁଯାୟୀ ସଦର ଥାନା ଅନ୍ତର୍ଗତ କଟିତାରା ଅଂଚଳର ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ବରୁଣ ଦୁଇ ମାସ ହେଲା ନିଜ ଘରେ ରଖିଥିଲା । ତେବେ ପରେ ସେ ବିବାହ କରିବାକୁ ମନା କରି ଦେବାରୁ ଯୁବତୀ ଜଣକ ବରୁଣ ତାଙ୍କୁ ବଳାକ୍ରାର କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗକୁ ଭିତିକରି ଥାନାରେ ୭୬/୨୦୧୯ ମାମଲା ରୁଜୁ କରି ଆଜି ବରୁଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ନକ୍ସଲଙ୍କ ବର୍ବରତା : ନାଏବ ସରପଂଚଙ୍କୁ ଗଳାକାଟି ହତ୍ୟା