OnaKhabar

ଟ୍ରାକ୍ଟରରେ ପିଟିହୋଇ ବାଇକ୍ ଚାଳକ ମୃତ

255

କୋରାପୁଟ : ୨୬ ନଂ ଜାତୀୟ ରାଜପଥର ମୋହନପୋଡା ନିକଟରେ ଏକ ଟ୍ରାକ୍ଟର ପଛରେ ପିଟିହୋଇ ବାଇକ୍ ଚାଳକ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ଦାମନଯୋଡି ଅଁଲାବାଡି କଲୋନୀର ଗୌରାଙ୍ଗ ନାୟକ(୩୧) ବୋଲି ଜଣା ପଡିଛି । ଗୌରାଙ୍ଗ ଗୁରୁବାର ଅପରାନ୍ନରେ କୋରାପୁଟରୁ ଗାଁକୁ ଫେରୁଥିବାବେଳେ କୋରାପୁଟ-ସୁନାବେଡା ୨୬ ନଂ ଜାତୀୟ ରାଜପଥର ମୋହନପୋଡା ନିକଟରେ ଭାରସାମ୍ୟ ହରାଇ ସମୁଖରେ ଯାଉଥିବା ଏକ ଟ୍ରାକ୍ଟରକୁ ବାଡେଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଗୌରାଙ୍ଗଙ୍କୁ ଏସ୍ଏଲ୍ଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ନିଆ ଯାଇଥିଲା,ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଡୁମୁରିପୁଟ ଫାଣ୍ଡି ଅଧିକାରୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି ।