OnaKhabar

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

80

ବଲାଙ୍ଗିରି : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝରିଆଳ ପଂଚାୟତର ବୁଢ଼ୀପଦର ଗାଁର ଚଲିତ ୱାଡମେମ୍ବର ତୁଷାର ପୁଟେଲ (୩୨)ଙ୍କୁ ଆଜି ସକାଳ ସାଢ଼େ ୯ଟା ବେଳେ ଗାଁର ରାସ୍ତାରେ ଲାଗିଥିବା ଷ୍ଟିଲାଇଟ ବିଦ୍ୟୁତ୍ ଖୁଣ୍ଡରେ ଜଳୁଥିବା ଦେଖି ବନ୍ଦ କରିବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସମ୍ପର୍କୀୟ ଲୋକେ ଦେଖି ସିନେ୍ଧକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ବୋଲେରୋ ଯୋଗେ ନିଆଯାଇଥିଲା । ଚିକିତ୍ସାଧୀନ ଡାକ୍ତର ମିତାଲି ମିଶ୍ର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଂଚି ଶବକୁ ଜବତ କରି ଟିଟିଲାଗଡକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାକୁ କେନ୍ଦ୍ରକରି ସିନେ୍ଧକେଲା ପୁଲିସ ଏକ ଅପମୃତ୍ୟୁ କେସ ନମ୍ବର ୬.୨୯.୮ରେ ମାମଲା ରୁଜୁ କରିଛି । ତେବେ ରାଜ୍ୟ ସରକାର ବିଭିନ୍ନ ଗାଁ ପଂଚାୟତମାନଙ୍କରେ ଅନ୍ଧକାର ଦୂରୀକରଣ ପାଇଁ ଅଭିନବ ପଦକ୍ଷେପ ନେଲେ ସୁଦ୍ଧା ଷ୍ଟିଲାଇଟ୍ ଲଗାଯିବା ସମୟ ନିମ୍ନମାନର ବିଦ୍ୟୁତ ସାମଗ୍ରୀ ଲଗାଯାଇଥିବାରୁ ଷ୍ଟିଲାଇଟ ସହ ସଂଯୋଗ ସୁଇଜ୍ ବନ୍ଦ କରିବାକୁ ଯାଇ ଯୁବକ ଏଭଳି ଅବସ୍ଥାରେ ପହଂଚିଛି । ବିଦ୍ୟୁତ୍ ବିଭାଗକୁ ଅବଗତ କରାଯାଇଥିଲା ବିଭାଗୀୟ ଲାଇନ ମେନ୍ଙ୍କ ଉପସ୍ଥିତିରେ ଏଭଳି ଘଟଣାକୁ ସ୍ଥାନୀୟ ନିନ୍ଦା କରାଯାଇଛି । ବିଦ୍ୟୁତ୍ ବିଭାଗର ଅପାରଗତା ଯୋଗୁଁ ଏଭଳି ଗୋଟିଏ ପରେ ସିନେ୍ଧକେଲା ଅଂଚଳରେ ଘଟିଚାଲିଛି ।