OnaKhabar

ନ୍ୟାସନାଲ ଚାମ୍ପିୟନସିପ: ଦୁତିଙ୍କୁ ସ୍ଵର୍ଣ୍ଣ

1,102

ନୂଆଦିଲ୍ଲୀ : ନ୍ୟାସନାଲ ଚାମ୍ପିୟନସିପ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ଓଡ଼ିଆ ଧାବିକା ଦୁତି ଚାନ୍ଦ | ଏଠାରେ ଚାଲିଥିବା ୫୯ ତମ ଇଣ୍ଟରଷ୍ଟେଟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି | ୧୦୦ ମିଟର ପ୍ରତିଯୋଗିତାରେ ଦୂତିଙ୍କୁ ଏହି ସଫଳତା ମିଳିଥିବାବେଳେ ମାତ୍ର ୧୧.୩୮ ସେକେଣ୍ଡରେ ଦୁତି ଏହାକୁ ସଫଳ ଭାବେ ପୂରଣ କରିପାରିଥିଲେ |
ଏହି ପ୍ରତିଯୋଗିତାରେ ତାମିଲନାଡୁର ଅର୍ଚନା ସେସେନ ୧୧.୫୦ ସେକେଣ୍ଡରେ ଦୂରତା ଅତିକ୍ରମ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାବେଳେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ପଶ୍ଚିମବଙ୍ଗର ହିମାଶ୍ରୀ ରାୟ | ହିମାଶ୍ରୀ ୧୧.୬୩ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରିପାରିଥିଲେ |

Comments are closed.