OnaKhabar

ପୁଣି ଲଜ୍ଜା, ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ

2,020

ଛତ୍ରପୁର: ମନୁଷ୍ୟର କ୍ରୁର କାମନା ଆଗରେ ହଜି ଯାଇଛି ମାନବିକତା | ଦେଶ ତଥା ରାଜ୍ୟରେ ଦୁଷ୍କର୍ମର ପରିମାଣ ଦିନକୁ ଦିନ ବଢି ଚାଲିଥିବା ବେଳେ ପୁଣି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ | ୧୪ ବର୍ଷର ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛି | ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ କରିଛି । ତେବେ ଘଟଣା ପରେ ଏନେଇ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଗତ ମଙ୍ଗଳବାର ମଧ୍ୟାହ୍ନରେ ରମ୍ଭା ଥାନା ଅଞ୍ଚଳର ଦିବ୍ୟାଙ୍ଗ ନାବାଳିକା ମେଙ୍ଗୁ (ଛଦ୍ମନାମ) ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ଏମ୍‌. ଲିଙ୍ଗରାଜ ପାତ୍ର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ପରିବାର ଲୋକେ ଜାଣିପାରି ଗାଁ ମୁଖିଆଙ୍କୁ ଜଣାଇଥିଲେ । ଗାଁ ମୁଖିଆ ଗ୍ରାମ କମିଟି ମାଧ୍ୟମରେ ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ଏପରିକି ଅଭିଯୁକ୍ତ ଏମ୍‌. ଲିଙ୍ଗରାଜ ପାତ୍ରଙ୍କୁ ଜରିମାନା କରାଯାଇଥିଲା । ହେଲେ ଏଥିରେ ସେ ସହମତ ନହେବାରୁ ପରିବାର ଲୋକେ ଶେଷରେ ଥାନାରେ ଅଭିଯୋଗ କରିଥିଲେ |