OnaKhabar

ଯୈାତୁକ ପାଇଁ ଗଲା ଜୀବନ

135

ଜଗତସିଂହପୁର :ରାଜ୍ୟରେ ଅପରାଧର ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ମଣିଷ ଯୌତୁକ ପାଇଁ ସାଜୁଛି ନରହନ୍ତା | ଠିକ୍ ସେହିପରି ଏକ ଅମାନବିୟ ଘଟଣା ଦେଖିବାକୁ ମିଳିଛି ଜଗତସିଂପୁରରେ | ଏକ ପୋଖରୀରୁ ପୁଣି ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୋତୁକ ପାଇଁ ନବବଧୂକୁ ଶାଶୁଘର ଲୋକେ ହତ୍ୟା କରିଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି ।
ସୂଚନାନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବଣିତୋ ଗାଁର ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । କିଛି ଦିନ ତଳେ ବଣିତୋ ଗାଁରେ ବିବାହ କରିଥିଲେ ମୃତ ମହିଳା । ବିବାହ ପରଠାରୁ ହିଁ ନବବଧୂଙ୍କୁ ଯୈାତୁକ ପାଇଁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଗତକାଲି ମହିଳାଙ୍କୁ ଶାଶୁଘର ଲୋକେ ହତ୍ୟା କରି ଗାଁ ପୋଖରୀରେ ଫିଙ୍ଗି ଦେଇଥିଲେ । ସ୍ଥାନୀୟ ଲୋକେ ଆଜି ଭୋରୁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଶାଶୁଘର ପଛପଟ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ତନାଘନା ଆରମ୍ଭ କରିଛି ।