OnaKhabar

ଜାଣନ୍ତି କି ପିଜୁଳି ଖାଇବା ଦ୍ୱାରା ଆମର କଣ ଲାଭ ହୁଏ? ଆସନ୍ତୁ ଜାଣିବା ଏ ବିଷୟରେ

1,623

ଭୁବନେଶ୍ୱର : ଆମ ସମସ୍ତଙ୍କୁ ଜଣା ଯେ ପିଜୁଳି ଦେହ ପାଇଁ ଭଲ । ତେବେ ଆପଣ କ’ଣ ଜାଣନ୍ତି କି ପିଜୁଳି ଖାଇଲେ ଭଲ ନିଦ ହେବା ସହ ଶରୀରକୁ ଶକ୍ତି ମଧ୍ୟ ଯୋଗାଇ ଥାଏ । ପିଜୁଳିରେ ଭିଟାମିନ ଓ ମିନେରାଲ ଭରପୁର ଥାଏ । ଶହେ ଗ୍ରାମ ପିଜୁଳିରେ ଯେତିକି ପରିମାଣରର ଭିଟାମିନ ଓ ମିନେରାଲସ ଅଛି, ତାହା ଶରୀରର ଆବଶ୍ୟକତା ପୂରଣ କରିପାରେ । ଏଥିରେ ଭିଟାମିନ ବି-୯ ମଧ୍ୟ ରହିଛି । ଯାହା ଶରୀରର କୋଷ୍ଠ ଓ ଡିଏନଏର ଓଜନ ହ୍ରାସ କରିବା ଦରକାର ।

ପିଜୁଳିରେ ଅଧିକ ମାତ୍ରାରେ ଫାଇବର ଥିବା ହେତୁ ତାହା ସେବନ କରିଲେ କୋଷ୍ଠକାଠିନ୍ୟତା ଦୂର ହୋଇଥାଏ । ପିଜୁଳିରେ ପଟାସିୟମର ମାତ୍ରା ଅଧିକ ଥାଏ । ଯେଉଁମାନେ ନିୟମିତ ପିଜୁଳି ଖାଆନ୍ତି, ସେମାନେ କାମ କରିଲାବେଳେ ସହଜରେ ଥକିପଡ଼ନ୍ତି ନାହିଁ । ଏଥିରେ ପ୍ରଚୂର ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟର ତତ୍ୱ ଥିବା ହେତୁ ତାହା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ଦୂର କରିଥାଏ । ସକାଳୁ ଗୋଟିଏ ଲେଖାଏଁ ପିଜୁଳି ଖାଇଲେ ଥଣ୍ଡା ଓ କାଷ ମଧ୍ୟ ହୁଏ ନାହିଁ । ତ୍ୱଚା ପାଇଁ ପିଜୁଳି ବେଶ ଉପକାରୀ, କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ଓ ଆଇରନ ଥାଏ । ପ୍ରତିଦିନ ପିଜୁଳି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ, କୋଲେଷ୍ଟ୍ରଲର ସ୍ତର ମଧ୍ୟ ନିୟନ୍ତ୍ରିତ ହୋଇ ରହେ ।