OnaKhabar

ପାଞ୍ଚଜଣିଆ ମନ୍ତ୍ରୀଗୋଷ୍ଠୀ ଗଠନରେ ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନଂକ ନାମ

171

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପାଞ୍ଚଜଣିଆ ମନ୍ତ୍ରୀଗୋଷ୍ଠୀ ଗଠନ କରିଛନ୍ତି । ଏଥିରେ ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନଂକ ନାମ ଅଛି | ଉକ୍ତ ମନ୍ତ୍ରୀଗୋଷ୍ଠୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରବିଶଙ୍କର ପ୍ରସାଦ, ଥାଓ୍ୱର ଚାନ୍ଦ ଗେହଲଟ୍‌, ଜିତେନ୍ଦ୍ର ସିଂହ ଓ ନରେନ୍ଦ୍ର ତୋମାର ରହିଛନ୍ତି । ଏହି ମନ୍ତ୍ରୀଗୋଷ୍ଠୀ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳର ବିକାଶ କାର‌୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବ । ଜମ୍ମୁ କଶ୍ମୀରର ବିକାଶ ପାଇଁ କେନ୍ଦ୍ର ସରକାର ବଡ଼ ପ୍ୟାକେଜ ଘୋଷଣା କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦି ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଜାମୁ କାଶ୍ମୀରରେ ଉନ୍ନତି କାରଣ ପାଇଁ ମୋଦି ସରକାର ଅଂଟା ଭିଡିଛନ୍ତି | ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପୂର୍ବକ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ପରିପ୍ରେକ୍ଷୀରେ ସେଠାକାର ସ୍ଥିତି ଉପରେ ମନ୍ତ୍ରୀ ଗୋଷ୍ଠୀ କାର‌୍ୟ୍ୟ କରିବ । ବିଶେଷ କରି ଉଭୟ ଜମ୍ମୁ କଶ୍ମୀର ଓ ଲଦାଖର ବିଭିନ୍ନ କ୍ଷେତ୍ରରେ ଉନ୍ନୟନ କାର‌୍ୟ୍ୟ କରିବା ସହିତ ଅର୍ଥନୈତିକ ଓ ସାମାଜିକ ଉନ୍ନତି ଦିଗରେ ନାନା ପଦକ୍ଷେପ ଗ୍ରହଣ ଦିଗରେ ଏହା ଦୃଷ୍ଟି ଦେବ । ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ମନ୍ତ୍ରୀ ଗୋଷ୍ଠୀ ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ମଙ୍ଗଳବାର ୧୫ଟି ମନ୍ତ୍ରଣାଳୟ ଓ ବିଭାଗୀୟ ସଚିବମାନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ ପ୍ରକ୍ରିୟା ସମ୍ପାଦନ କରିବା ଉପରେ ଆଲୋଚନା କରିଥିଲେ ।

Comments are closed.