OnaKhabar

ଅନ୍ଧ ବାପର ନାବାଳିକା ଝିଅ ଗର୍ଭବତୀ, ପୁଲିସ ନିରବଦ୍ରଷ୍ଟା ସାଜିଛି

130

ବାରିପଦା : ରାଜ୍ୟରେ ବିଶେଷ କରି କୋରାପୁଟ, ମାଲକାନଗିରି, କଳାହାଣ୍ଡି ଆଦି ଜିଲ୍ଲାରେ ନାବାଳିକା ଗର୍ଭବତୀ ଘଟଣା ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଏହି ଘଟଣା ଘଟିବାରେ ଦେଖିବାକୁ ମିଳୁଛି । ଏପରି ଏକ ଘଟଣା ଉଦଳା ଥାନା ଅଂଚଳରେ । ଜଣେ ଅନ୍ଧ ବାପର ନାବାଳିକା ଝିଅକୁ ୫ ମାସ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ଅନ୍ଧ ବୃଦ୍ଧ ଜଣକ ଉଦଳା ଥାନାକୁ ଅଭିଯୋଗ ପାଇଁ ଯାଇଥିବା ବେଳେ ପୁଲିସ ତାଙ୍କ ଅଭିଯୋଗ ନ ନେବାରୁ ଉଦଳାସ୍ଥିତ ଏକ ଜନଶୁଣାଣିରେ ଅଭିଯୋଗ ହୋଇଛି । ମଝିଆ ଜ୍ୱାଇଁର ସମ୍ପର୍କୟୀୟ କହି ଜଣେ ଯୁବକ ମିସ୍ତ୍ରୀ କାମ କରି ବୃଦ୍ଧଙ୍କ ଘରେ ରହୁଥିଲା । ଅନ୍ଧ ବାପର ସରଳତାର ସୁଯୋଗ ନେଇ ନାବାଳିକା ଝିଅକୁ ବିବାହ କରିବାକୁ କହି ଶାରୀରିକ ସମ୍ପର୍କ ରଖିଆସୁଥିଲା । ଏପରିକି ୫ ମାସ ଗର୍ଭବତୀ ହେବା ପରେ ଝିଅ ଯୁବକକୁ ବାହା ହେବାକୁ ଜିଦ ଧରିବାରୁ ଯୁବକ ଜଣକ କାମକୁ ଯାଉଛି କହି ଫେରାର ହୋଇଥିବାର ଜଣାଯାଇଛି । ଯୁବକ ଦେଇଥିବା ଫୋନ ଲାଗୁନଥିବା ବେଳେ ଝିଅର ଏପରି ଅବସ୍ଥା ସମ୍ପର୍କରେ ଜାଣିବା ପରେ ଅନ୍ଧ ବୁଢ଼ା ବାପା ସାହାରାନେଇ ଉଦଳା ଥାନାକୁ ଅଭିଯୋଗ ନେଇ ଯାଇଥିବା ବେଳେ ଉଦଳା ଥାନାରେ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯିବା ବଦଳରେ ଫେରାଇ ଦିଆଯାଇଥିଲା । ଫଳରେ ସେ ଉଦଳାରେ ଯୁଗ୍ମ ଜନ ଶୁଣାଣିରେ ଅଭିଯୋଗ କରିବା ପରେ ଏସପିଙ୍କ ଅନୁପସ୍ଥିତି ଥିବାରୁ ଜିଲ୍ଲାପାଳ ତାଙ୍କୁ ଏସପିଙ୍କୁ ଭେଟିବାକୁ ପରାମର୍ଶ ଦେଇଛନ୍ତି ।