OnaKhabar

ନଦୀରେ ବୁଡ଼ି ଯୁବକ ମୃତ

121

ଭୁବନେଶ୍ୱର : ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତି ଜଣଙ୍କ ହେଲେ ବାଲିଅନ୍ତା ଥାନା କୂଳସାହି ଗ୍ରାମର ନିରଞ୍ଜନ ବାରିକ । ସୂଚନା ଅନୁଯାୟୀ ନିରଞ୍ଜନ ଶୌଚ ହେବାପାଇଁ ନଦୀକୁ ଯାଇଥିଲାବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ପ୍ରକାଶ ଯେ ମଙ୍ଗଳବାର ସକାଳୁ ନିରଞ୍ଜନ ସବୁଦିନ ପରି କୂଳସାହି ଗ୍ରାମ ନିକଟ କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ସାହିର ଅନ୍ୟ ଲୋକମାନେ ତାଙ୍କୁ କୁଶଭଦ୍ରା ନଦୀରୁ ଉଦ୍ଧାର କରିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ବାଳକାଟି ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟା ପଠାଇବା ସହିତ ତଦନ୍ତ ଜାରି ରଖିଛି । ଏ ନେଇ ପୁଲିସ ୩୧/୧୯ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ।