OnaKhabar

ଭୁବନେଶ୍ୱରରେ ୨୦୨୦ ଫିଫା ୧୭ବର୍ଷରୁ କମ ମହିଳା ବିଶ୍ୱକପ

1,072

ଭୁବନେଶ୍ୱର : ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରେ ଓଡ଼ିଶା ଫିଫା ଟୁର୍ଣ୍ଣାମେଟଂର ଭେନ୍ୟୁ ହେବାର ଗୌରବ ଲାଭ କରିଛି । ୨୦୨୦ ଫିଫା ୧୭ବର୍ଷରୁ କମ ମହିଳା ବିଶ୍ୱକପ ଭାରତ ଆୟୋଜନ କରୁଛି । ଦେଶର ପ୍ରମୁଖ ୪ଟି ଭେନ୍ୟୁରେ ଏହି ବିଶ୍ୱକପ ଆୟୋଜିତ ହେବ । ପ୍ରଥମେ ଭେନ୍ୟୁ ଭାବେ ଭୁବନେଶ୍ୱରକୁ ପ୍ରାଥମିତ ସ୍ୱୀକୃତି ମିଳିଛି । ଆୟୋଜିକ କମିଟିର ଟୁର୍ଣ୍ଣାମେଟଂ ନିର୍ଦ୍ଦେଶିକା ରୋମା ଖାନ୍ନା କଳିଙ୍ଗ ଷ୍ଟାଡିୟମରେ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟ ଘୋଷଣା କରିଛନ୍ତି । ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ ଉପସ୍ଥିତ ରହିଥିଲେ ।
ବିଶ୍ୱକପ ୨୦୨୦ ରେ ଆୟୋଜିତ ହେବ । ୧୬ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ । ଆୟୋଜକ ଦଳ ଭାବେ ଭାରତୀୟ ମହିଳା ଦଳ ପ୍ରଥମ ଥର ବିଶ୍ୱକପ ଖେଳିବେ । ଫିଫା ପକ୍ଷରୁ ଖୁବ ଶୀଘ୍ର ଅନ୍ୟ ୧୫ଟି ଦଳ ଓ କ୍ରୀଡ଼ା ସୂଚୀ ଘୋଷଣା କରାଯିବ । ଭୁବନେଶ୍ୱରରେ ଗୋଟିଏ ଗ୍ରୁପର ଲିଗ ପର୍ଯ୍ୟାୟ ଖେଳାଯିବ ତେଣୁ ଏଠାକୁ ୪ଟି ଦଳ ଆସିବେ । ଅତି କମରେ ତିନୋଟି କିମ୍ବା ଅତି ବେଶିରେ ୬ଟି ମ୍ୟାଚ ଏଠାରେ ଖେଳାଯିବ ବୋଲି କ୍ରୀଡ଼ା ସଚିବ ସୂଚନା ଦେଇଛନ୍ତି ।

Comments are closed.