OnaKhabar

ଡମ୍ଫର ଧକ୍କାରେ ଗଲା ଛାତ୍ରୀଙ୍କ ଜୀବନ

766

ରାଇରଙ୍ଗପୁର : ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣାର ପରିମାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟମା ଘଟି ଯାଇଛି ରାଇରଙ୍ଗପୁରରେ | ସ୍କୁଲରୁ ଦୁଇ ସାଥୀଙ୍କ ସହ ପଡ଼ୋଶୀଙ୍କ ବାଇକ୍‌ରେ ଘରକୁ ଫେରୁଥିବେ ବେଳେ ଛାତ୍ରୀଙ୍କୁ ରାସ୍ତାରେ ଧକ୍କା ଦେଲା ଏକ ଡମ୍ଫର । ଘରକୁ ଫେରିବା ପୂର୍ବରୁ ଚାଲିଗଲା ତାଙ୍କ ଜୀବନ । ତାଙ୍କ ସାଥୀ ଓ ପଡ଼ୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର । ମୃତ ବାଳିକାଙ୍କ ନାମ ଆରତୀ ବୋଲି ଜଣା ପଡିଛି | ଅନ୍ୟ ପକ୍ଷରେ ଗୁରୁତର ଆହତ ହୋଇଥିବା ଡମ୍ଫର ଡ୍ରାଇଭର ଫଗୁଙ୍କୁ ଗୁରୁତର ଭାବେ ରାଇରଙ୍ଗପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ମୁତାବକ, ଧାଙ୍ଗଡ଼ିମୋତା ଗାଁର ଛେଡ଼ଗା ଭଦ୍ରା ଆଜି ୩ ଜଣ ଛୋଟ ଝିଅଙ୍କୁ ବାଇକ୍‌ରେ ବସାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ଘରକୁ ଫେରୁଥିଲେ। ତେବେ ବାଦାମପାହାଡ଼ ଲୁହା ଖଣି କାର୍ଯ୍ୟାଳୟ ସମ୍ମୁଖରେ ଏକ ଡମ୍ଫର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୬ ବର୍ଷର ଝିଅ ଆରତୀ ଭଦ୍ରାଙ୍କ ମୃତ୍ୟୁ ଘଟିଥିଲା। ଛେଡ଼ଗା ଓ ତାଙ୍କ ବାଇକ୍‌ ପଛରେ ବସିଥିବା ୨ ଝିଅ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବାଦାମପାହାଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡମ୍ଫର ଡ୍ରାଇଭର ଫଗୁ ହାଁସଦାଙ୍କୁ କାବୁ କରି ନିର୍ଧୁମ ଛେଚିଥିଲେ। ଏପରିକି ଲୁହାପଥର ଖଣି କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ବସି ରହିଛନ୍ତି। ବ୍ୟବଚ୍ଛେଦ ପାଇଁ ମୃତଦେହ ଉଠାଇବାକୁ ଦେଉନାହାନ୍ତି। ଘଟଣା ସ୍ଥଳରେ ରାଇରଙ୍ଗପୁର ଏସ୍‌ଡିପିଓ, ବାଦାମପାହାଡ଼ ତହସିଲଦାର ଓ ଆଇଆଇସି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

Comments are closed.