OnaKhabar

କାନ୍ଥ ପଡ଼ି ନାବାଳକ ମୃତ

74

ଯାଜପୁର: ରାଜ୍ୟରେ ଦୁର୍ଘଟଣାର ପରିମାଣ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହି ପରିପ୍ରେକ୍ଷୀରେ ପୁଣି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ କୋଲଣଗିରି ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଘରେ ଶୋଇଥିବା ବେଳେ ମାଟି କାନ୍ଥ ପଡ଼ି ଜଣେ ପାଞ୍ଚ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ମିକୁନ୍ ମଳିକ। ତାଙ୍କ ବାପାଙ୍କ ନାଁ ଉମାକାନ୍ତ ମଳିକ ବୋଲି ଜଣା ପଡିଛି ।
ସୂଚନା ମୁତାବକ, ଗତ କାଲି ରାତିରେ ମିକୁନ୍‌ ତାଙ୍କର ଅନ୍ୟ ଭାଇଭଉଣୀଙ୍କ ସହିତ ଘରେ ଶୋଇଥିଲେ । ହେଲେ ବର୍ଷା ଯୋଗୁ ଘରର ମାଟି କାନ୍ଥ ଭୁଶୁଡ଼ି ମିକୁନ୍‌ଙ୍କ ଉପରେ ପଡ଼ିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ୍‌ ସେଠାରେ ପହଞ୍ଚିଥିଲା ଓ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।