OnaKhabar

ବିଶ୍ୱ ପାରା ବ୍ୟାଡମିଣ୍ଟନ: ଓଡ଼ିଶାର ପ୍ରମୋଦଙ୍କୁ ସ୍ୱର୍ଣ୍ଣ

700

ଭୁବନେଶ୍ୱର (ଓଏନଏ) : ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ତଥା ବିଶ୍ୱର ୧ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଓଡ଼ିଶା ପାରା କ୍ରୀଡ଼ାରେ ନୂଆ ଇତିହାସ ଲେଖିଛନ୍ତି । ପ୍ରଥମ ଭାରତୀ ଭାବେ ପ୍ରମୋଦ ବିଡବ୍ଲୁଏଫ ପାରା ବିଶ୍ୱ ବ୍ୟାଡ଼ମିଣ୍ଟନ ଚମ୍ପିଅନସିପରେ ସିଙ୍ଗଲସ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥି ସହିତ ପ୍ରମୋଦ ଟୋକିଓରେ ହେବାକୁ ଥିବା ୨୦୨୦ ପାରା ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିଛନ୍ତି । ଭଗତ ଗତ ଶନିବାର ପ୍ରମୋଦ ଡବଲ୍ସ ସ୍ୱର୍ଣ୍ଣପଦକ ମଧ୍ୟ ଜିତିଥିଲେ । ଓଡ଼ିଶାର ୨ୟ ପାରା ତଥା ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଏଥି ସହିତ ପ୍ରମୋଦଙ୍କ ଟୋକିଓ ଅଲିମ୍ପିକ୍ସରେ ଏସଏଲ-୩ ବ୍ୟାଡମିଣ୍ଟନ ସିଙ୍ଗଲସ ବିଭାଗରେ ପ୍ରତିନିଧିତ୍ୱ କରିବା ନିଶ୍ଚିତ ହୋଇଛି ।

Comments are closed.