OnaKhabar

ବେଆଇନ ଗାଡ଼ିଚାଳକ ହୁସିଆର: ଏବେ ଜଗିବ ଡ୍ରୋନ, ମଦ ପିଇଥିଲେ ୧୦ ହଜାର ତଣ୍ଡ

2,075

ଭୁବନେଶ୍ୱର (ଓଏନଏ) : ଟ୍ରାଫିକ ନିୟମକୁ ଏବେ କଡ଼ା କଡ଼ି କରାଯାଉଛି । କେତେକ ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପରି କି ଓଭରଟେକ କରିକି ଗଲେ ସେଥିପାଇଁ ବି ଜରିମାନା ଦେବାକୁ ପଡ଼ିବ । ବେଆଇନ ଗାଡ଼ି ଚାଳକଙ୍କୁ ଜଗିବା ପାଇଁ ଡ୍ରୋନ ବ୍ୟବସ୍ଥା କରାଯାଇଥିବା ନୂତନ ପୁଲିସ କମିଶନର ସୁଧାଂଶୁ ଶେଖର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଏୟାରପୋର୍ଟରୁ ରବୀନ୍ଦ୍ର ମଣ୍ଡପ ଛକଯାଏଁ ନୋ-ଟଲରାନ୍ସ ଜୋନ କରାଯାଇଛି । ଏହି ଅଂଚଳକୁ ଡ୍ରୋନ ଜଗିବାର ବ୍ୟବସ୍ଥା ହୋଇଛି । \nଏହାଛଡ଼ା ଏଣିକି ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡୁଥିଲା, ବାଇକରେ ୩ ଜଣ ଗଲେ ୫୦୦ ଟଙ୍କା, ହେଲମେଣ୍ଟ ନ ପିନ୍ଧିଥିଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡୁଥିଲା । କିନ୍ତୁ ମଦ ପିଇ ଯଦି ଗାଡ଼ି ଚଳାଉଥିବ ତାହାହେଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଆସନ୍ତା ସେପ୍ଟେମ୍ବର ୧ରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଥିପାଇଁ ବିଭିନ୍ନ ଛକମାନଙ୍କରେ ସଚେତନତା ହୋଡିଂ ଲଗାଯିବା ସହ ବ୍ଲକିଂ, ଚେକିଂ ବେଳେ ଚାଳକଙ୍କୁ କମିଶନରେଟ ପୁଲିସ ପକ୍ଷରୁ ସଚେତନ କରାଯାଉଛି ।
ଏହି ସଂଶୋଧିତ ନିୟମ ଅନୁଯାୟୀ ନାବାଳକମାନେ ଗାଡ଼ି ଚଳାଉଥିଲେ ତାଙ୍କ ଅଭିଭାବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା । ତାଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବା ସହ ଗାଡ଼ିର ପଞ୍ଜୀକରଣ ରଦ୍ଦ କରାଯିବ । ସେହିଭଳି ଯେଉଁ ବଡ଼ ଯାନଗୁଡ଼ିକ ନିର୍ଦ୍ଧାରିତ ଆକାରରୁ ବଡ଼ ତିଆରି ହୋଇଥିବ, ସେଥିପାଇଁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଆମ୍ବୁଲାନ୍ସକୁ ବାଟ ନ ଛାଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଧାର୍ଯ୍ୟ ପରିମାଣରଠାରୁ ଅଧିକ ଯାତ୍ରୀଙ୍କୁ ନେଲେ ଯାତ୍ରୀ ପିଛା ହଜାରେ ଟଙ୍କା ଜରିମାନା ନେବାକୁ ପଡ଼ିବ । ଯଦି ଏନଫୋର୍ସମେଣ୍ଟ ଅଧିକାରୀ ଏହିସବୁ ଆଇନକୁ ନ ମାନନ୍ତି ସେମାନଙ୍କ ପାଇଁ ଦୁଇଗୁଣ ଜରିମାନା ଆଦାୟ କରାଯିବ । ସେହିପରି ଲାଇସେନ୍ସ ନ ଥିଲେ ୫ହଜାର, ବୀମା ନ ଥିଲେ ୨ ହଜାର, ବିପଦପୂର୍ଣ୍ଣ ଚାଳନା ପାଇଁ ୫ ହଜାର, ମୋବାଇଲ ସହ ଗାଡ଼ି ଚାଳନା ପାଇଁ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି ।