OnaKhabar

ସୁନା ଗହଣା ଓ ୨ ଲକ୍ଷ ଟଙ୍କା ପାଇଁ ଶାରିରୀକ ନିର୍ଯାତନା

108

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ରେଲେଓ୍ବ କଲୋନୀର ସୁବାସିନୀ ଖୁରା ନିଜ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଅଭିମନ୍ୟୁ ଖୁରା, ନଣନ୍ଦ, ଓ ଶାଶୁ ୨ ଲକ୍ଷ ଟଙ୍କା ଓ ସୁନା ଗହଣା ପାଇଁ ତାଙ୍କ ଉପରେ ବହୁ ଅତ୍ୟାଚାର କରୁଛନ୍ତି । ତାଙ୍କୁ ବାରମ୍ବାର ଅକାଟ୍ୟ ଭାଷାରେ ଗାଳିଗୁଳଜ କରିବାସହ ଶାରିରୀକ ନିର୍ଯ୍ୟାତନା ମଧ୍ୟ ଦେଉଥିବାର ସୁବାସିନୀ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ପିଡିତା ଜଣକ କିଛି ଗତ ମାର୍ଚ୍ଚମାସ ୮ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କାଦୋଦରା ଗ୍ରମର ହରେ କୃଷ୍ଣ ଖୁରାଙ୍କ ପୁଅ ଅଭିମନ୍ୟୁ ଖୁରାଙ୍କୁ ବିବାହ କରିଥିଲେ । ତାଙ୍କ ମାଁ ନିଜ ସମ୍ବଳ ଅନୁସାରେ ସୁବାସିନୀଙ୍କୁ ଉପହାର ଦେଇଥିଲେ । ତେଣୁ ପ୍ରଥମେ କିଛି ଦିନ ବୈବାହିକ ଜୀବନ ଭଲ ଭାବରେ ଚାଲିଥିଲା । ହେଲେ ପରେ ତାଙ୍କ ସ୍ୱାମୀ,ନଣନ୍ଦ ଓ ଶାଶୁ ମିଶି ତାଙ୍କୁ ମାଁଙ୍କଘରୁ ଟଙ୍କ ଓ ସୁନା ଆଣିବା ପାଇଁ ଅତ୍ୟାଚାର କରୁଛନ୍ତି । ସୁବାସିନୀଙ୍କ ବାପାଙ୍କ ମୃତ୍ୟୁ ହୋଇସାରିଥିବାରୁ ତାଙ୍କ ମାଁଙ୍କ ପକ୍ଷେ ୨ଲକ୍ଷ ଟଙ୍କା ଯୌତୁକ ବାବଦରେ ଦେବା ସମ୍ଭବ ନହେବାରୁ ତାଙ୍କ ନଣନ୍ଦଙ୍କ ପତି ଲିଟୁଖୁରା ତାଙ୍କୁ ଝାରସୁଗୁଡା ଆଣି ଛାଡି ଦେଇଛନ୍ତି ବୋଲି ସୁବାସିନୀ ଅଭିଯୋଗ କରିଛନ୍ତି ।