OnaKhabar

୫ଟି ଜିଲ୍ଲାରେ ପ୍ରବଳ ବର୍ଷିବ

73

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା  ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଓ ଭଦ୍ରକରେ ଆସନ୍ତା ୨୪ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ଦସହ ୨ଦିନ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।

ଗତ ୨୪ଘଣ୍ଟାରେ ଝାରସୁଗୁଡ଼ା ଲଖନପୁରରେ ସର୍ବାଧିକ ୧୯୭ମିମି ବର୍ଷା ରେକର୍ଡ଼ ହୋଇଛି । ପାରାଦୀପରେ ୧୦୦ମିମି, ବରଗଡ଼ ବରପାଲିରେ ୯୯ମିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ଭୁବନେଶ୍ୱରରେ ୧୯ମିମି ବର୍ଷା ରେକର୍ଡ଼ ହୋଇଛି ।

Comments are closed.