OnaKhabar

ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‌ଆଇ ପରିଜାଙ୍କ ପରଲୋକ

238

କଟକ : ପୂର୍ବତନ ମୁଖ୍ୟ ଶାସନ ସଚିବ ଲଲାଟ ଇନ୍ଦୁ ପରିଜା ପରିଜାଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା | କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତୁ ଘଟିଛି । ଶ୍ରୀ ପରିଜା ପ୍ରସିଦ୍ଧ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପୁଅ ଥିଲେ । ସେ ଦୁଇ ଦୁଇ ଥର ଓଡ଼ିଶାର ମୂଖ୍ୟ ଶାସନ ସଚିବ ରହିଥିଲେ । ଓଡ଼ିଶା ପ୍ରଶାସନିକ ସେନା ଆୟୋଗର ମଧ୍ୟ ଅଧ୍ୟକ୍ଷ ଥିଲେ । ଶ୍ରୀ ପରିଜା ଭଲ ଖେଳାଳି ଥିଲେ । ଓଡ଼ିଶା ରଣଜୀ କ୍ରିକେଟ୍‌ ଟିମ୍‌ର ଅଧିନାୟକ ଥିଲେ । ମୃତୁ ଖବର ପ୍ରଚାରିତ ହେବାପରେ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନ ନିକଟରେ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା |

ଆକ୍ସନ ମୁଡରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ

Comments are closed.