OnaKhabar

ବାଳକର ଆତ୍ମହତ୍ୟା, ଜଙ୍ଗଲରୁ ଶବ ଉଦ୍ଧାର

86

ପୁରୀ : ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ତେରହଳ ଗ୍ରାମର ନିଖୋଜ ଥିବା ଜଣେ ବାଳକର ମୃତଦେହକୁ ଆଜି ତାର ପରିବାର ଲୋକେ ଠାବ କରିଛନ୍ତି । ବାଳକଟି ଘରପାଖ ଏକ ଜଙ୍ଗଲିଆ ସ୍ଥାନରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେରହଳ ଗ୍ରାମର ଭାସ୍କର କାଣ୍ଡିଙ୍କ ପୁଅ ନିହାର(୧୩) ଗତ କାଲି ଠାରୁ ନିଖୋଜ ଥିବା ସମ୍ପର୍କରେ ବଳଙ୍ଗା ଥାନାରେ ଅଭିଯୋଗ କରାଯାଇଥିଲା । ଆଜି ଖୋଜାଖୋଜି କରିବା ବେଳେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଶବକୁ ଠାବ କରାଯାଇଥିଲା । ନିହାର ସବୁବେଳେ ଅନ୍ୟମନସ୍କ ରହୁଥିବା ଓ ତାର ପାଠପଢା ପ୍ରତି ଆଗ୍ରହ ନଥିବା ତାର ବାପା ପ୍ରାକାଶ କରିଛନ୍ତି । ପୁର୍ବରୁ ନିହାର ଦୁଇ ଥର ଆତ୍ମହତ୍ୟା ଉଦ୍ୟମକରି ବରତ୍ତିଯାଇଥିଲା । ଖବରପାଇ ବଳଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ପୋଷ୍ଠମଟମ ନିମନ୍ତେ ଚାରିଛକ ଡାକ୍ତରଖାନାକୁ ପଠାଇଛି । ଏ ସମ୍ପର୍କରେ ବଳଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ।