OnaKhabar

ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ

410

ବୌଦ୍ଧ : ଆଜି ସକାଳେ ସଡ଼କ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଶ୍ରୀ ସେଠୀ ତାଙ୍କ ସରକାରୀ କାର ଯୋଗେ ଭୁବନେଶ୍ୱରରୁ ବୌଦ୍ଧ ଫେରୁଥିବା ସମୟରେ ଚାରିଛକ ଅଚଂଳର କଲରାକୋଠା ନିକଟରେ ଥିବା ଗୋଟିଏ ଗଛରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଆହତ ଅବସ୍ଥାରେ ତାଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତି କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୌଦ୍ଧ ସଦର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ବୌଦ୍ଧ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା କାର ଡ୍ରାଇଭରଙ୍କୁ ବୌଦ୍ଧ ଜିଲ୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି ।

Comments are closed.